ପଶ୍ଚିମାଞ୍ଚଳ ଓଡ଼ିଶା ଓ ଛତିଶଗଡ଼ କୁବେର ସମାଜ ପକ୍ଷରୁ ଶ୍ରୀନୃସିଂହନାଥ ମନ୍ଦିର ନିକଟରେ ନୂତନ କୁବେର ପାନ୍ଥଶାଳାର ପ୍ରତିଷ୍ଠା ଓ ଉଦଘାଟନ ସମାରୋହ’


କଣ୍ଟାମାଳ, ପାଇକମାଲ : – ୧୨/୬/୨୫ ସମର୍ଥ ନିୟୁଜ ( ପ୍ରଭାତ କୁମାର ସାହୁ) ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ୍ ସ୍ଥିତ ଶ୍ରୀନୃସିଂହନାଥ ମନ୍ଦିର ନିକଟରେ ପଶ୍ଚିମାଞ୍ଚଳ ଓଡ଼ିଶା ଓ ଛତିଶଗଡ଼ର କୁବେର ସମାଜ ତରଫରୁ ଏକ ନୂତନ ପାନ୍ଥଶାଳାର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳୁ କୁବେର ସମାଜର ସଭାପତି ଶ୍ରୀ ଲକ୍ଷ୍ମଣ ସାହୁଙ୍କ ନେତୃତ୍ୱରେ ପାନ୍ଥଶାଳାରେ ପୂଜାର୍ଚ୍ଚନା ପରେ ପ୍ରତିଷ୍ଠା କରି ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଥିଲା।ପରେ ନୂତନ ପାନ୍ଥଶାଳା ରେ ସଭାପତି ଶ୍ରୀ ଲକ୍ଷ୍ମଣ ସାହୁଙ୍କ ସଭାପତିତ୍ଵରେ ମହାସଭାର ଆୟୋଜନ ହୋଇଥିଲା। ଉକ୍ତ ମହାସଭାରେ ଜାତିଭିତ୍ତିକ ବିଭିନ୍ନ ସାମାଜିକ କାର୍ଯ୍ୟଆଲୋଚନା ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଉକ୍ତ ମହାସଭାରେ ଯୁବାମଞ୍ଚର ସଭାପତି ଲିଙ୍ଗରାଜ ସାହୁ ସଭା ପରିଚାଳନା କରିଥିବା ସ୍ଥଳେ ମହାସଭାର ସଂପାଦକ ରମେଶ କୁମାର ସାହୁ, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ସାହୁ, ଉପସଭାପତି ଗଜେନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ମହାସଭାର ପ୍ରତିଷ୍ଠାତା ସଦସ୍ୟ ଅଚ୍ୟୁତାନନ୍ଦ ସାହୁ, ଭାରତ ଚନ୍ଦ୍ର ପୃଷ୍ଟି, ପୂର୍ବତନ ସଭାପତି ବସନ୍ତ ଖୁଣ୍ଟିଆ, କଳାହାଣ୍ଡି ଜୋନର ସଭାପତି ଉଦ୍ଧବ ସାହୁ, ପାଇକମାଲ ସାଇର ପ୍ରଫୁଲ୍ଲ ସାହୁ ପ୍ରମୁଖ ସମାଜ ଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ନିଜନିଜର ମତ ଉପସ୍ଥାପନା କରିଥିଲେ।ପରେ ପାନ୍ଥଶାଳା ନିର୍ମାଣରେ ସହଯୋଗ ରାଶି ପ୍ରଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା। ଉକ୍ତ ମହାସଭାରେ ପଶ୍ଚିମାଞ୍ଚଳ ଓଡ଼ିଶା ଓ ଛତିଶଗଡ଼ର କୁବେର ସମାଜର ଶତାଧିକ ସାଇ ଭାଇ, କାର୍ଯ୍ୟ କର୍ମକର୍ତ୍ତା, ମହିଳା ସଭାନେତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ପାଇକମାଲ ସାଇର ସଭାପତି ସୁରଥ ସାହୁ,ସଂପାଦକ ସୁଶାନ୍ତ ସାହୁ ଓ ଅନ୍ୟ ସଦସ୍ୟ ସହଯୋଗ କରିଥିଲେ।ବଲାଙ୍ଗିର ଜୋନର ସଭାପତି ବିଜୟ ସାହୁ ଧନ୍ୟବାଦ ଦେଇଥିଲେ। ସଭାପରେ କୁବେର ପାନ୍ଥଶାଳାକୁ ସ୍ମରଣୀୟ କରିବାପାଇଁ କାର୍ଯ୍ୟକର୍ତ୍ତାଙ୍କ ସହ ଶିକ୍ଷକ ସୁଶାନ୍ତ ସାହୁ ପାନ୍ଥଶାଳା ପରିସରରେ ଏକ ବଉଳ ଗଛ ରୋପଣ କରାଯାଇଥିଲା। ସମସ୍ତ କାର୍ଯ୍ୟ ସମାପ୍ତ ପରେ ପ୍ରସାଦ ସେବନ କରାଯାଇଥିଲା।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ,




