Breaking News

ବିକଶିତ ଓଡିଶା ପାଇଁ ବିକଶିତ ଜିଲ୍ଲା ଆଲୋଚନା ଚକ୍ର ଅନୁଷ୍ଠିତ l

 ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଜ଼ିଲ୍ଲାସ୍ତରୀୟ ଓଡିଶା ଭିଜନ @ 2036 ଏବଂ 2047 କାର୍ଯ୍ୟକ୍ରମ ଉପଲକ୍ଷେ ବିକଶିତ ଓଡିଶା ପାଇଁ ବିକଶିତ ଜ଼ିଲ୍ଲା ର ଆଲୋଚନା ଚକ୍ର ତଥା କର୍ମଶାଳା ଜ଼ିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ତଥା ନଗର ଉନ୍ନୟନ ବିଭାଗ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର, ସମ୍ମାନୀତ ଅତିଥି ଭାବେ ବିଧାୟକ, ବୌଦ୍ଧ ତଥା ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଧାୟକ, କଣ୍ଟାମାଲ କହ୍ନlଇ ଚରଣ ଡlଙ୍ଗ,ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର, ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କର୍ମଶାଳା ର ଶୁଭାରମ୍ଭ କରିଥିଲେ l ବିକଶିତ ଓଡିଶା ପାଇଁ ବିକଶିତ ଜ଼ିଲ୍ଲା lଏହି ପରିପ୍ରେକ୍ଷୀରେ ରେ ବୌଦ୍ଧ ଜ଼ିଲ୍ଲା ର ବିକାଶ ପାଇଁ ଲକ୍ଷ ଓ ସମ୍ଭାବନା ଉପରେ ଅତିଥିବୃନ୍ଦ ଆଲୋକପାତ କରିଥିଲେ l କର୍ମଶାଳା ରେ ଜ଼ିଲ୍ଲାସ୍ତରୀୟ ସମସ୍ତ ବିଭାଗ ର ଅଧିକାରୀ, ବୁଦ୍ଧିଜୀବୀ, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l ଦେଶ ତଥା ରାଜ୍ୟ ର ବିକାଶ ପାଇଁ ବୌଦ୍ଧ ଜ଼ିଲ୍ଲା ର ଅର୍ଥନୈତିକ ଭିତ୍ତିଭୂମିର ବିକାଶ, ପ୍ରାକୃତିକ ସମ୍ବଳ ର ସୁ ବିନିଯୋଗ ତଥା ଭିତ୍ତିଭୂମି ର ବିକାଶ ଦ୍ୱାରା ଜ଼ିଲ୍ଲା ର ସାମଗ୍ରୀକ ବିକାଶ ସମ୍ଭବ ହୋଇପାରିବ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ l ମାନ୍ୟବର ମନ୍ତ୍ରୀ ଡ଼. ମହାପାତ୍ର ବୌଦ୍ଧଗଡ଼ ଵିଜ୍ଞlପିତ ଅଂଚଳ ପରିଷଦ କୁ ଆଗାମୀ ଦିନରେ ମୁନିସିପାଲିଟି କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ l ଏଥି ସହ ଜ଼ିଲ୍ଲା ରେ ଶିକ୍ଷl ର ଭିତ୍ତିଭୂମି କୁ ସୁଦୃଢ କରିବା, ଶିକ୍ଷକ ଓ ପ୍ରଧ୍ୟାପକ ଙ୍କ ନିଯୁକ୍ତି, ନବମ ଓ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ଙ୍କୁ ମଧ୍ୟlହ୍ନ ଭୋଜନ ରେ ସାମିଲ କରିବା, ପ୍ରତି ଗ୍ରାମ ପଂଚାୟତ ରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବା, ଜ଼ିଲ୍ଲା ର ସମସ୍ତ ଚିକିତ୍ସାଳୟ ରେ ଡାକ୍ତର ଙ୍କ ତ୍ୱରିତ ନିଯୁକ୍ତି ପ୍ରଦାନ ଇତ୍ୟାଦି ଉପରେ ଆଗାମୀ ଦିନରେ ଅତିଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଦୃଢୋକ୍ତି ପ୍ରକl ଶ କରିଥିଲେ lବିଧାୟକ, ବୌଦ୍ଧ ଶ୍ରୀଯୁକ୍ତ ପ୍ରଧାନ ସାଲକି ଜଳସେଚନ ପ୍ରକଳ୍ପ ଦ୍ୱାରା ଜମିକୁ ଜଳସେଚନ ର ସୁବିଧା, ସୁଭଦ୍ରା ଯୋଜନା ମାଧ୍ୟମରେ ଉପକୃତ ମହିଳାଙ୍କ ସଂଖ୍ୟା ବୃଦ୍ଧି ଓ ଘରୋଇ ଶିଳ୍ପ ପ୍ରତିଷ୍ଠା ପାଇଁ ଜ଼ିଲ୍ଲା ର ଭିତ୍ତି ଭୂମି ସୁଦୃଢ ବିଧାୟକ ଥିବା ପ୍ରକାଶ କରିଥିଲେ l ବିଧାୟକ ଶ୍ରୀଯୁକ୍ତ ଡlଙ୍ଗ କଣ୍ଟାମାଲ, ମନମୁଣ୍ଡା, ବାଉଁସୁଣୀ, ପୁରୁଣାକଟକ କୁ ଵିଜ୍ଞlପିତ ଅଂଚଳ ପରିଷଦ କରାଯିବ ବୋଲି ଗୁରୁତ୍ୱାରୋପ କରିଥିଲେ l କେନ୍ଦୁପତ୍ର ର ସଦୁପଯୋଗ କରି କ୍ଷୁଦ୍ର ଓ କୁଟୀର ଶିଳ୍ପ ର ବିକlଶ, କୃଷି ର ବିକାଶ, ଜଳସେଚନ ର ସୁବିଧା ପ୍ରଦାନ, ଏକ ପେଡ ମାଆ କେ ନାମ ଯୋଜନା ରେ ନୂତନ ବନୀ କରଣ ର ସୁଯୋଗ ସୃଷ୍ଟି, ମହାନଦୀ ବ୍ୟାରେକ ନିର୍ମାଣ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ର ଉନ୍ନତି କରଣ ସହ ସେଠାରେ ଗବେଷଣା ର ସୁଯୋଗ ସୃଷ୍ଟି କରିବା, ଖୋର୍ଦ୍ଧା ବଲାଙ୍ଗୀର ରେଲ ସଂଯୋଗୀ କରଣ ଦ୍ୱାରା ଜ଼ିଲ୍ଲା ରେ ବାଣିଜ୍ୟ, ବ୍ୟବସାୟ ର ବିକାଶ ଓ ରପ୍ତାନି ବୃଦ୍ଧି ର ସୁଯୋଗ ସୃଷ୍ଟି କରିବା ଉପରେ ମଂଚାସୀନ ଅତିଥି ମାନେ ମତବ୍ୟକ୍ତ କରିଥିଲେ l କର୍ମଶାଳା ରେ ବକ୍ତା ଭାବେ ସାମ୍ବାଦିକ ପ୍ରଦୋଷ କୁମାର ମିଶ୍ର, ଦିବ୍ୟ ଶଙ୍କର ରାଉତ, ସତ୍ୟ ନାରାୟଣ ପାଣି ପ୍ରମୁଖ ଯୋଗ ଦେଇ ନିଜ ନିଜ ର ସାର ଗର୍ଭକ ତଥ୍ୟ ରଖିଥିଲେ lକର୍ମଶାଳା ର ଶେଷ ପର୍ଯ୍ୟାୟ ରେ ଆୟୁଷ୍ମାନ ଵୟୋବନ୍ଦନା କାର୍ଡ ହିତାଧିକାରୀ ଙ୍କୁ ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ଜ଼ିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ର ଉପ ନିର୍ଦ୍ଦେଶକ ବିଦ୍ୟାଧର ନାୟକ, ଡି ପି ଏମ ୟୁ, ବୌଦ୍ଧ ର ଅନ୍ୟ କର୍ମଚାରୀ ବୃନ୍ଦ, ଜ଼ିଲ୍ଲା ପ୍ରଶାସନ ର ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l କର୍ମଶାଳା କୁ ମେଂଢ଼ୀମାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରମୋଦ ପ୍ରଧାନ ପରିଚାଳନା କରିଥିଲେ l

Related Articles

Back to top button