ବୌଦ୍ଧ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ମହାମହିମ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ


ଆଜି ପୂର୍ବାହ୍ଣ ଘ. ୧୦ ଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ଛାତ୍ର କଂଗ୍ରେସ ( NSUI ) ତରଫରୁ – ବିଗତ କଂଗ୍ରେସ ସରକାରଙ୍କ ଅମଳରେ ଲାଗୁ ହୋଇଥିବା ବସ ଯାତ୍ରାରେ ଛାତ୍ରଛାତ୍ରୀମାନଙ୍କୁ ରିହାତିକୁ ବର୍ତ୍ତମାନର ବିଜେପି ସରକାର ଓ ତାପୂର୍ବର ବିଜେଡି ସରକାର ବନ୍ଦ କରି ଦେଇଥିବା ପ୍ରତିବାଦରେ ଏକ ଦାବିପତ୍ର ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ଦିଆ ଯାଇଅଛି। ଉକ୍ତ ଦାବିପତ୍ରରେ ସରକାରୀ ବସରେ ଛାତ୍ର,ଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ବସଭଡା ଛାଡ ଓ ଘରୋଇ ବସରେ ଶତକଡା ୫୦ ଭାଗ ରିହାତି ଦେବା ସକାଶେ ଦାବି କରା ଯାଇଛି। ଜିଲ୍ଲା ଛାତ୍ର କଂଗ୍ରେସ ସଂଯୋଜକ ପ୍ରତ୍ୟୁଷ ମହାନନ୍ଦଙ୍କ ନେତୃତ୍ଵରେ ଏକ ମୋଟର ସାଇକଲ ରାଲି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରିସାରି ଗାନ୍ଧୀ ଛକ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପମାଲ୍ୟ ଅର୍ପଣ କରି ଅlର୍. ଟି. ଓ. ବୌଦ୍ଧ ଅଫିସ ଠାରେ ପହଞ୍ଚି, ଆର୍. ଟି. ଓ. ଙ୍କ ଜରିଆରେ ଏକ ଦୁଇ ଦଫା ସମ୍ମିଳିତ ଦାବିପତ୍ର ମହାମହିମ ରାଜ୍ୟପାଳ ଓଡିଶାଙ୍କୁ ପ୍ରଦାନ କରା ଯାଇଥିଲା।
ଉକ୍ତ ସମସ୍ତ କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସର ଜିଲ୍ଲା ସଂଯୋଜକ ପ୍ରତ୍ୟୁଷ ମହାନନ୍ଦ, ସ୍ମୃତି ରଞ୍ଜନ ପାତ୍ର, ଆଶୁତୋଷ ସେଠୀ, ମାନସ ରଞ୍ଜନ କୁମ୍ଭାର, ରଘୁନାଥ କହଁର , ଜିତେନ୍ଦ୍ର ଦେହୁରୀ, ସଞ୍ଜୀବ ତାଣ୍ଡିଆ, ଜୀବନ କୁମାର ବେହେରାଙ୍କ ସମେତ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର, ମୁଖ୍ୟ ପ୍ରବକ୍ତା ଶାନ୍ତନୁ କୁମାର ମହାପାତ୍ର, ମହିଳା କଂଗ୍ରେସର ସନ୍ଧ୍ୟାରlଣି ସିଂହ, ମମତା ପଣ୍ଡା, ପ୍ରଦୀପ କୁମାର ମହାନନ୍ଦ, ସୁଶାନ୍ତ ମଲ୍ଲିକ, ପ୍ରତାପ ପଣ୍ଡା, ରୋହିତlସ୍ଵ ବେହେରା, ନବୀନ କୁମାର ଭଏନା, ବୁଦ୍ଧଦେବ ପ୍ରଧାନ, ସମରେନ୍ଦ୍ର ମହାକୁଲ, ସଞ୍ଜୀବ ପଣ୍ଡା, ପ୍ରମୋଦ ପ୍ରଧାନ,ବିଶ୍ଵାମିତ୍ର ପାଢ଼ୀ, ନିତ୍ୟାନନ୍ଦ କର୍ମୀ, ସୁନାଧର ପୁଟେଲ, ଅଭିଳାଷ ସ୍ୱାଇଁ, ଅର୍ଜୁନ ମହାନନ୍ଦିଆ,ଅଲେଖ ବେହେରା,ଶୀବ ବେହେରା, ଚନ୍ଦନ କୁମାର ପାତ୍ର, ଝରିଆ ସାହୁ, ସୁଧାଂଶୁ କହଁର, ପ୍ରମୁଖ ଯୋଗ ଦେଇଥିଲେ।




