Breaking News

କଳାହାଣ୍ଡି ପ୍ରାଇଭେଟ ସ୍କୁଲ ଆସୋସିଏସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର

 

 

ଭବାନୀପାଟଣା:ପ୍ରତିଯୋଗିତାମୂଳକ ଓ ବ୍ୟବସାୟ ମନବୃତିରୂ ଉର୍ଦ୍ଧରେ ରହି ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ନୀତି ନୈତିକତା ସଂସ୍କାର ମୂଲ୍ୟବୋଧ ଶିକ୍ଷା ଦେବା କ୍ଷେତ୍ର ରେ ଘରୋଇ ବିଦ୍ୟାଲୟ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଭୂମିକା ଗୁରୁତ୍ୱପୂର୍ଣ।ଘରୋଇ ବିଦ୍ୟାଲୟ କେବଳ ଉତ୍ତମ ଶିକ୍ଷାଦାନ କରୁନାହାନ୍ତି, ଉଚ୍ଚ ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରୁଛନ୍ତି।ଏହି ଘରୋଇ ବିଦ୍ୟାଲୟ ଗୁଡିକ ଦୀର୍ଘବର୍ଷ ଧରି ଯେଉଁ ବୈପ୍ଲବିକ ପରିଵର୍ତ୍ତନ ଆଣିଛନ୍ତି ତାହା ନିଶ୍ଟିତ ଭାବେ ସ୍ୱାଗତଯୋଗ୍ୟ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ଦ୍ୱତୀୟ ପର୍ଯ୍ୟାୟ ରେ ସଂମ୍ମାନୀତ ଅତିଥି ରୂପେ ଅତିରିକ୍ତ ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ ଉପସ୍ଥିତ ଥିଲେ।ଆଗାମୀ ଦିନ ରେ ଯେପରି ଶୈକ୍ଷିକ ପରିବେଶରେ ଛାତ୍ରଛାତ୍ରୀ ଶିକ୍ଷା ଅର୍ଜନ କରିବେ, ଆଗାମୀ କାଲିର ଭାରତର ଯେଉଁମାନେ ପ୍ରତିନିଧିତ୍ୱ କରିବେ କେବଳ ଶିକ୍ଷା ନୁହେଁ ଶାରୀରିକ ପ୍ରଶିକ୍ଷଣ ସହ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ରହିଛି ବୋଲି କଳାହାଣ୍ଡି ଜିଲ୍ଲା ଘରୋଇ ସଂଘ ର ଚେରମ୍ୟାନ ଡ଼. ଶିବରାମ ନାୟକ ସମସ୍ତଙ୍କୁ ଉଦବୋଧନ ଦେଇଥିଲେ।ଏହି ଜିଲ୍ଲା ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ପ୍ରଥମ ଓ ଦୁତୀୟ ପର୍ଯ୍ୟୟ ତାଲିମ ବରିଷ୍ଠ ପ୍ରଶିକ୍ଷକ ଆଲୋକ ମହାନ୍ତି ଦ୍ୱାରା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ୧୩ଟି ବ୍ଲକରୁ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଥିବା ବେଳେ ସଂଘର ସମ୍ପାଦକ ଏମଡି. ୟୁସୁଫ ଆବାସ କର୍ମଶାଳା ଟିକୁ ପରିଚାଳନା କରିଥିଲେ ଓ ସଙ୍ଘ ର ପିଆରଓ ଦୁଷ୍ମନ୍ତ ପ୍ରଧାନ ଧନ୍ୟବାଦ ଦେଇଥିଲେ। ସଂଘ ର ସତ୍ୟଜିତ କର, କଳ୍ପେସ୍ୱର ପୁରୋହିତ, ମମତା ପଟ୍ଟନାୟକ, ବିଜୟ ମେହେର, ମନୋଜ କୁମାର ପଟ୍ଟନାୟକ, ମୁକୁନ୍ଦ ରେଡ୍ଡୀ ସମେତ ବହୁ ବରିଷ୍ଠ ସଦଶ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ଓ ଶେଷରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ପ୍ରମାଣ ପତ୍ର ମୁଖ୍ୟ ଅତିଥି ଦ୍ୱାରା ବଣ୍ଟନ କରାଯାଇ ଥିଲା।ଭବାନୀପାଟଣ ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button