ମୋହନା ରେ ବିଜୁ ଜନତା ଦଳ ର ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ


ମୋହନା :୧୧/0୬/୨୫(ସୁବିତ କୁମାର ନାୟକ )ଗଜପତି ଜିଲ୍ଲା ମୋହନା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳ ର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏହି କର୍ମୀ ସମ୍ମିଳନୀ ରେ ଦୀର୍ଘ 24 ବର୍ଷ ର ଶାସନ କାଳରେ ବିଜୁ ଜନତା ଦଳ କିପରି ଲୋକଙ୍କ ସେବା କରି ଆସୁଥିଲା ତାହା ଆଲୋଚନା କରାଯାଇଥିଲା। କିଭଳି ଭାବେ ବିଜୁ ଜନତା ଦଳର ପ୍ରତେକ କର୍ମୀ ତୃଣ ମୂଳ ସ୍ତରରେ ଲୋକଙ୍କ ପାଖକୁ ଯାଇ ସଚେତନ କରିବ ତାହା ଗୁରୁତ୍ୱ ଦିଆଯାଇଥିଲା।ଆଗାମୀ ପଞ୍ଚାୟତ ନିର୍ବାଚନ ରେ କିଭଳି ଭାବେ ବ୍ଲକ ର ସମସ୍ତ ସମିତି ସଭ୍ୟ ସଭ୍ୟା, ସରପଞ୍ଚ, ଜିଲ୍ଲା ପରିଷଦ ଅକ୍ତିଆର କରିବ ତାହା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରାଜ୍ୟ ସମ୍ପାଦକ ଭୃଗୁ ବକ୍ସସି ପାତ୍ର ଯୋଗ ଦେଇଥିବା ବେଳେ ଜିଲ୍ଲା ସଭାପତି ପ୍ରଦୀପ ନାୟକ, ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧକ୍ଷ ଗାବରା ତିରୁପତି ରାଓ, ଗଞ୍ଜାମ ଜିଲ୍ଲା ପୂବତନ ଜିଲ୍ଲା ସଭାପତି ସୁବାସ ମହାରଣା, ପୂର୍ବତନ ଗଜପତି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ,ବ୍ଲକ ଅଧକ୍ଷ ମୋହନା ରଞ୍ଜୀବ ଶବର, ଜିଲ୍ଲା ପରିଷଦ ଚନ୍ଦ୍ରଗିରି ସୁନୀଲ ବିଷୋୟୀ, ମୋହନା ଜିଲ୍ଲା ପରିଷଦ ଚନ୍ଦ୍ର ମଳିକ ଙ୍କ ସହ ପାଖାପାଖି 500 ରୁ ଉର୍ଦ୍ଧ ବିଜୁ ଜନତା ଦଳ ର କର୍ମୀ ମାନେ ଉପସ୍ଥିତ ରହିଥିଲେ।




