Breaking News

କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟସରକାରଙ୍କ ୧ ବର୍ଷ ପୂର୍ତ୍ତୀ ଅବସରରେ ଘଣ୍ଟାପଡ଼ା ବିଜେପିର ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ

କଣ୍ଟାମାଳ: -୧୧/୬/୨୫ ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) କେନ୍ଦ୍ରସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ୧ ବର୍ଷ ସୁଶାସନର ପୂର୍ତ୍ତୀ ଅବସରରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଘଣ୍ଟାପଡ଼ା ମଣ୍ଡଳସ୍ତରୀୟ ବିଜେପି ତରଫରୁ କର୍ମଶାଳା ମଣ୍ଡଳୀ ସଭାପତି ଗୋପିନାଥ କଅଁରଙ୍କ ସଭାପତିତ୍ୱରେ ସ୍ଥାନୀୟ ବହୁମୂଖୀ ବନ୍ୟା ଆଶ୍ରୟସ୍ଥଳୀଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜିଲ୍ଲା ବିଜେପିର ସାଧାରଣ ସଂପାଦକ ପିନାକଧର ରଣା, ମୂଖ୍ୟବକ୍ତା ଭାବେ ବରିଷ୍ଠ ବିଜେପି ନେତା ଆଇନଜ୍ଞ ଚିତ୍ତରଂଜନ ପାତ୍ର ଓ ପଞ୍ଚାୟତ ସଭାପତି ସୂର୍ଯ୍ୟଦେହୁରୀ ,ପଞ୍ଚାୟତ ପ୍ରଭାରୀ ଅମୂଲ୍ୟ ନାଏକ, କମଳ ସାହୁ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ରସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ୧ ବର୍ଷ ଶାସନରେ ହୋଇଥିବା ଜନାଭିମୂଖ୍ୟ କାର୍ଯ୍ୟମାନ ଉପସ୍ଥିତ ବିଜେପି କର୍ମୀମାନଙ୍କୁ ବୁଝାଇଥିଲେ ଏବଂ ଏସବୁ ବାର୍ତ୍ତାକୁ ଲୋକଙ୍କ ପାଖକୁ କିପରି ପହଞ୍ଚିବ ତା ଉପରେ ବକ୍ତବ୍ୟ ରଖିଥିଲେ । ଏହି କମିଶାଳାରେ ବହୁ ବିଜେପି କର୍ମୀ ଉପସ୍ଥିତ ରହିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button