Breaking News

ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନରେ ଘଣ୍ଟାପଡ଼ା ପୋଲିସକୁ ଲଗାତର ସଫଳତା, ବିପୁଳ ପରିମାଣର ଗଞ୍ଜେଇ ସହ ୪ ବାଇକ ଜବତ, ଅଭିଯୁକ୍ତ ଫେରାର ,

କଣ୍ଟାମାଳ:-୧୧/୬/୨୫ ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନରେ ବୌଦ୍ଧ ଜିଲ୍ଲା ପୋଲିସକୁ ବାରମ୍ବାର ସଫଳତା ମିଳୁଛି। ହେଲେ ମଧ୍ୟ ଗଞ୍ଜେଇ ଚୋରାଚାଲାଣ ରୋକିବାରେ ପୋଲିସ ପ୍ରଶାସନକୁ ମାତଦେଇ ଖୁଲୁମଖୁଲ୍ଲା କାରବାର ଚଳାଇଛନ୍ତି ମାଫିଆ।ଏହି କ୍ରମରେ ଘଣ୍ଟାପଡ଼ା ଥାନା ପୋଲିସ ଲଗାତର ଚଢଉ ଜାରି ରଖିଥିଲେ ମଧ୍ୟ ମାଫିଆମାନେ ଖୋଲା ଚ୍ୟାଲେଞ୍ଜ ଦେଇ ବେପାର କରୁଛନ୍ତି।ସଚେତନତା ଅଭାବ ତଥା ରାତାରାତି ଲକ୍ଷପତି ହେବା ନିଶାରେ ଏହା ଦିନକୁ ଦିନ ବୃଦ୍ଧିପାଉଛି । ଏପରିକି ଗଞ୍ଜେଇ ପାଇଁ ପ୍ରତିଦିନ ଲୁଟତରାଜ ଡକାୟତି ଭଳି କାର୍ଯ୍ୟ ଅଞ୍ଚଳରେ ବୃଦ୍ଧିପାଉଛି । ଯାହାକି ପୋଲିସର ମୁଣ୍ଡ ବ୍ୟଥାର କାରଣ।ସୂଚନା ମୁତାବକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଘଣ୍ଟାପଡ଼ା ପୋଲିସ ଘଣ୍ଟାପଡ଼ା(ମାଣ୍ଡିଆଯୋର)- କୋଡ଼ିବାହାଲ ରାସ୍ତା ମଝିରେ ଛକି ରହିଥିଲା। ଅପର ପକ୍ଷରୁ ଅନେକ ବାଇକରେ ଆସୁଥିବା ଚୋରାଚାଲାଣକାରୀ ପୋଲିସକୁ ଦେଖି ବାଇକ ଛାଡ଼ି ଚମ୍ପଟ ମାରିଥିଲେ। କେତେକ ବାଇକ ଚାଳକ ନିଜର ବାଇକ ବୁଲାଇ ଫେରାର ମାରିଥିଲେ ଓ ଛାଡ଼ିଯାଇଥିଲେ ୪ଟି ବାଇକ।ଅନୁମାନ କରାଯାଏ ଏହା ଗୋଷ୍ଠୀ ଚୋରାଚାଲାଣକାରୀ | ପୋଲିସ୍ ଉକ୍ତ ବାଇକ ଗୁଡିକରେ ବନ୍ଧାଯାଇଥିବା ଗଞ୍ଜେଇ ଓ ୪ଟି ବାଇକ ଜବତ କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରିବାରେ ୧୦୦ କେଜି ହୋଇଥିଲା। ଏନେଇ ଘଣ୍ଟାପଡ଼ା ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ନେଇ ଥାନାଧିକାରୀ ମାଧବ ଚନ୍ଦ୍ର ଟାକ୍ରି ସୂଚନା ପ୍ରଦାନ କରିଛନ୍ତି। ଗଞ୍ଜେଇ ମୁକ୍ତ ଅଞ୍ଚଳ ପାଇଁ ଆମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଜନ ସଚେତନା ହେଲେ ଏପରି କାର୍ଯ୍ୟକୁ ରୋକାଯାଇପାରିବ ବୋଲି ଥାନାଧିକାରୀ ଶ୍ରୀଟାକ୍ରି ପ୍ରକାଶ କରିଛନ୍ତି।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button