Breaking News

ବନ ବିଭାଗ କର୍ମଚାରୀଙ୍କ ଦାବି ଅଣଦେଖା କରୁଛନ୍ତି ସରକାର: ଆନ୍ଦୋଳନର ଚେତାବନୀ

ଭବାନୀପାଟଣା–
ରାଜ୍ୟର ଜଙ୍ଗଲ ସୁରକ୍ଷା ଓ ପରିଚାଳନାରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି ଫରେଷ୍ଟ ଗାର୍ଡ ଓ ଫରେଷ୍ଟର ପଦବୀରେ ଥିବା ବନ ବିଭାଗର କର୍ମଚାରୀମାନେ। ଜଙ୍ଗଲରେ ନିଆଁ ଲିଭାଇବା, ଗଛକୁ ସୁରକ୍ଷା ଦେବା ଏବଂ ଶିକାରୀଙ୍କଠାରୁ ବନ୍ୟଜନ୍ତୁଙ୍କୁ ରକ୍ଷା କରିବା ଭଳି ଜୀବନ ପ୍ରତି ଝୁଁକି ନେଇ କାମ କରୁଛନ୍ତି ଏହି କର୍ମଚାରୀମାନେ। କିନ୍ତୁ ବାରମ୍ବାର ଶିକାରୀଙ୍କ ଗୁଳିରେ ଜୀବନ ହରାଇବା ସହ ସୁରକ୍ଷା ଅଭାବ ଏବେ ଏମାନଙ୍କ ପାଇଁ ପ୍ରମୁଖ ଚିନ୍ତାର କାରଣ ପାଲଟିଛି। ବନ ବିଭାଗ କର୍ମଚାରୀମାନେ ବାରମ୍ବାର ରାଜ୍ୟ ସରକାରଙ୍କୁ ନିଜର ସମସ୍ୟା ଓ ଦାବି ସମ୍ପର୍କରେ ଅବଗତ କରାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ଉତ୍ତର ଓ ଦକ୍ଷିଣ ବନଖଣ୍ଡର ଅଧିକାରୀ ଓ କର୍ମଚାରୀମାନେ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ନିଜର ଦାବି ଜଣାଇଛନ୍ତି।ସେମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ଆଗାମୀ ଦିନରେ ସରକାର ତାଙ୍କ ଦାବି ପୂରଣ ନ କରନ୍ତି, ତେବେ ଜୁନ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ସର୍କଲ କାର୍ଯ୍ୟାଳୟ ସମ୍ମୁଖରେ ୟୁନିଫର୍ମ ଓ କଳା ବ୍ୟାଚ ପିନ୍ଧି ସାମୂହିକ ଛୁଟି ନେଇ ଧାରଣାରେ ବସିବେ। ଏହା ପରେ ମଧ୍ୟ ସରକାର ଉପେକ୍ଷା କରେ, ତେବେ ସେମାନେ ଭୁବନେଶ୍ବରରେ ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ଘୋଷଣା କରିଛନ୍ତି।
ଏହି ପରିସ୍ଥିତିରେ ରାଜ୍ୟ ସରକାର ଓ ପ୍ରଶାସନ ଏହି ଦାବି ପ୍ରତି କିପରି ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।ଭବାନୀପାଟଣ ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button