ସଂଯୋଗ କଲ୍ଚରାଲ ଫାଉଣ୍ଡେସନ ପକ୍ଷରୁ ବ୍ଲକ୍ ସ୍ତରୀୟ ନାଚ ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା l


ଖୋର୍ଦ୍ଧା ତା 9/6/25ରିଖ ସଂଯୋଗ କଲଚରାଲ ଫାଉଣ୍ଡେସନ ପକ୍ଷରୁ ନାଚ, ଚିତ୍ରାଙ୍କନ ଓ ସଂଗୀତ ଏକ କାଳୀନ ବାଣପୁର ଓ ଚିଲିକା ବ୍ଲକ ପାଇଁ ଅନୁଷ୍ଠିତ ହୋଇଯାଇଅଛି।ବାଣପୁର ବ୍ଳକ୍ ପାଇଁ ବିଧାରପୁର ସ୍ଥିତ ଶୁଭ ମଙ୍ଗଳ କଲ୍ୟାଣ ମଣ୍ଡପ ପରିସରରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବେଳେ ଚିଲିକା ବ୍ଲକ ପାଇଁ ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ସମାଜସେବୀ ଶ୍ରୀମତୀ ସୁମିତ୍ରା ମହାପାତ୍ର ଓ ଶ୍ରୀ ଚିତ୍ତରଞ୍ଜନ ମହାପାତ୍ର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସମ୍ମାନୀତ ଅତିଥି ଭାବେ ଡାକ୍ତର ସୁରେନ୍ଦ୍ର ନାଥ ଦାସ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ବକ୍ତବ୍ୟରେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।ବାଣପୁର ଠାରେ ବିଶିଷ୍ଟ ଶିକ୍ଷାବିଦ୍ ଶ୍ରୀ ଗୋଲକ ବିହାରୀ ପରିଡ଼ାଙ୍କ ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମରେ ନାଟ୍ୟକାର ଶ୍ରୀ ଭିକାରୀ ଚରଣ ପ୍ରଧାନ, ଗୁରୁ ଗୋବିନ୍ଦ ଚନ୍ଦ୍ର ଜାଲି, ଶ୍ରୀ ରଙ୍କାନାଥ ସେଠୀ ପ୍ରମୁଖ ପ୍ରତିଯୋଗିତା ନିରୀକ୍ଷଣ କରି ଥିଲା ବେଳେ ଅତିଥି ଭାବେ ଆଡଭୋକେଟ୍ ରବୀନ୍ଦ୍ର ନାଥ ମାନସିଂହ, କିଶୋର ପ୍ରଧାନ, ପ୍ରଶାନ୍ତ କୁମାର ଦାସ ଉପସ୍ଥିତ ଥିଲେ। ସେହିଭଳି ବାଲୁଗାଁ ଠାରେ ବରିଷ୍ଠ ନାଟ୍ୟକାର ଶ୍ରୀ ଜିତେନ୍ଦ୍ର ପଟ୍ଟନାୟକ, ଶିକ୍ଷାବିତ୍ ଶ୍ରୀ ବିରଞ୍ଚି ନାରାୟଣ ପ୍ରଧାନ, ଶ୍ରୀ ହାଡ଼ିବନ୍ଧୁ ବେହେରା,ଭାଗିରଥି ପାଇକରାୟ ପ୍ରମୂଖ ନିରୀକ୍ଷକ ଭାବରେ ପ୍ରତିଯୋଗିତା ସଂପୂର୍ଣ୍ଣ କରିଥିଲେ। ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ପନ୍ତା କୂଳିଆ କବି ଦିଗମ୍ବର ବିଶ୍ଵାଳ, ପତ୍ରକାର ଅଶୋକ କୁମାର ପାଇକରାୟ, ସି ଆର ସି ସି ପ୍ରଶାନ୍ତ କୁମାର ସାହୁ,ହାଇସ୍କୁଲ କମିଟିଚେୟାରମ୍ୟାନ ବିଘ୍ନେଶ୍ୱର ପ୍ରଧାନ,ଗୋପୀନାଥ ପ୍ରଧାନ, ଆଲୋକ କୁମାର ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ପ୍ରମୁଖ ପରିଚାଳନା ଦାୟିତ୍ଵ ନିର୍ବାହ କରିଥିଲେ ପ୍ରିୟ ରଞ୍ଜନ ବାରିକ୍।
ମା ଭଗବତୀ କଳା ନିକେତନର ସମ୍ପାଦିକା ବିଷ୍ଣୁପ୍ରିୟା ବାରିକ ଓ ଫାଉଣ୍ଡେସନର ମୁଖ୍ୟ ଶ୍ରୀ ତ୍ରିଲୋଚନ ବାରିକଙ୍କ ତତ୍ବାବଧାନରେ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ବେଶ୍ ସରସ ସୁନ୍ଦର ହୋଇପାରିଥିଲା। ଉଭୟ ସ୍ଥାନରେ ପ୍ରାୟ ପଚାଶରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗନେଇଥିଲେ। ସମସ୍ତ ପ୍ରତିଯୋଗିତାର ଫଳାଫଳ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି ଶ୍ରୀ ବାରିକ୍ ଜଣାଇଥିଲେl
ବାଣପୁର ରୁ ତ୍ରିଲୋଚନ ବାରିକ ସମର୍ଥ ନିୟୁଜ l




