ମହିଳାଙ୍କୁ ହତ୍ୟା ଘଟଣା ର ଦୁଇ ଅଭିଯୁକ୍ତ ଗିରଫ।


ଉମରକୋଟ -୦୯-୦୬-୨୫-(ସମର୍ଥ )-୨୦୨୪ ମସିହା ଫେବୃଆରୀ ମାସ ୨୯ ତାରିଖ ରାତ୍ର ୯ ଘଣ୍ଟିକା ସମୟରେ ଉମରକୋଟ ବ୍ଲକ ରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ଜଣେ ୬୦ ବର୍ଷୀୟ ମହିଳାଙ୍କୁ ଗୁଣି ଗାରେଡ଼ି ସନ୍ଦେହ କରି ହତ୍ୟା କରାଯାଇଥିଲା। ବିଜ୍ଞାନ ଯୁଗରେ ଲୋକ ଏବେ ଟମଧ୍ୟ ଅନ୍ଧ ବିଶ୍ୱାସ ରେ ଜୀବନ ଯାପନ କରୁଥିବା ଦେଖିବାକୁ ମିଳିଥିଲା । ଏହି ଅନ୍ଧ ବିଶ୍ୱାସ ବଶବର୍ତ୍ତୀ ହୋଇ ଲୋକଙ୍କୁ ହତ୍ୟା କରିବାକୁ ପଛାଉ ନାହିଁ ମଣିଷ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ନବରଂଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବଡ ବାସିନି ଗ୍ରାମରେ। ମୃତ ମହିଳା ଜଣକ ହେଲେ ଚମରିନ ଭତରା (୬୦)। ଏନେଇ ତମରିନ ଙ୍କ ଝିଅ ଖେମା ଭତରା (୨୫) ଉମରକୋଟ ଥାନାରେ ୭ ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ମାନେ ହେଲେ ବଡ ବାସିନି ଗ୍ରାମର ମୋହନ ଗଣ୍ଡ (ଡାକ)(୨୮),କମଳ ଭତରା (୩୦),ପଦଲାମ ଗଣ୍ଡ (୬୦),ପରମେଶ ଗଣ୍ଡ (୪୦),ଚମରୁ ଗଣ୍ଡ (୩୦),ମଦନା ଗଣ୍ଡ (୩୦) ଓ କାମିନୀ ଗଣ୍ଡ (୨୦)। ଘଟଣା ଦିନ ଠାରୁ ଅଭିଯୁକ୍ତ ମାନେ ଫେରାର ଥିଲେ। ଘଟଣା ପ୍ରକାରେ ୨୯-୦୨-୨୪ ତାରିଖ ଦିନ ସଂଧ୍ୟା ସମୟରେ ପଦଲାମ ଗଣ୍ଡ ପ୍ରଥମେ ଆସି ଗଣ୍ଡଗୋଳ କରିଥିଲେ ଏବଂ ଚାଲିଯାଇଥିଲେ। ଏହାର କିଛି ସମୟପରେ ପୁଣି ଠେଙ୍ଗା ବାଡି ଓ ଟାଙ୍ଗିଆ ଧରି ଆସି ପାଟିତୁଣ୍ଡ କରିଥିଲେ। ଚମରିନ ଗୁଣି ଗାରେଡି କରି ତାଂକ ପରିବାର ର ଅନିଷ୍ଠ କରିଥିବା କହିଥିଲେ। ଏତିକିରେ ଏମାନଙ୍କ ରାଗ ଶାନ୍ତ ହୋଇନଥିଲା। ସେହିଦିନ ରାତି ୯ ଟା ସମୟରେ ଚମରିନ ଘରେ ଏକାକୀ ଥିବାରୁ ଏହାର ସୁଯୋଗ ନେଇ ଚମରିନ ପାଇଁ ଏହି ସବୁ ଘଟୁଛି କହି ନିକଟସ୍ଥ ଏକ ଖୋଲା ସ୍ଥାନ କୁ ଟାଣି ନେଇ ପିଟିପିଟି ହତ୍ୟା କରିଥିଲେ। ଚମରିନ ଙ୍କୁ ମାଡ ମାରୁଥିବା ଦେଖି ଏହା ର ପ୍ରତିବାଦ କରିବାରୁ ଚମରିନ ଙ୍କ ଝିଅ ଖେମା ଓ ପଦୁ ଭତରା (୨୮) କୁ ମଧ୍ୟ ମାଡ ମାରିଥିଲେ। ଗୁରୁତର ଅବସ୍ଥାରେ ଖେମା କୁ ଛାଡି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଖେମା କୁ ଉଦ୍ଧାର କରୁଥିବା ସମୟରେ ପଦୁ ମଧ୍ୟ ଆହତ ହୋଇଥିଲା।ଆହାତ ଖେମା କୁ ପରିବାର ଲୋକେ ଉଦ୍ଧାର କରି ଉମରକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏନେଇ ତମରିନ ଙ୍କ ଝିଅ ଖେମା ଭତରା ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିର୍ତ୍ତି କରି ପୋଲିସ ଘଟଣାକୁ ଗୁରୁତର ସହ ନେଇ ସାଇଣ୍ଟଫିକ ଟିମ ଆଣି ନମୁନା ସଂଗ୍ରହ କରି ଅଧିକା ତଦନ୍ତ ଚଳାଇଥିଲେ। ଅଭିଯୁକ୍ତ ତିନି ଜଣ କୋକସରା ନିକଟସ୍ଥ ମୋଟର ଗ୍ରାମରେ ଆତ୍ମଗୋପନ କରିଥିଲେ। ତିନି ଜଣ ଅଭିଯୁକ୍ତ ହେଲେ ମୋହନ ଗଣ୍ଡ(୨୮), ଚମରୁ ଗଣ୍ଡ(୩୦), କମଳ ଭତରା (୩୦)। କୌଣସି ସୂତ୍ରରୁ ପୋଲିସ ଖବର ପାଇ ତତ୍କାଳିନ ଥାନା ଅଧିକାରୀ ଡମ୍ବରୁଧର ପ୍ରଧାନ ଓ ଏସଆଇ ଅକ୍ଷୟ ମିଶ୍ର ମୋଟର ଗ୍ରାମ ଯାଇ ତିନି ଅଭିଯୁକ୍ତ ଙ୍କୁ ଗିରଫ କରି ଉମରକୋଟ ଆଣିଥିଲେ। ୬-୩-୨୪ ତାରିଖରେ ଅଭିଯୁକ୍ତ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଅଭିଯୁକ୍ତ ଙ୍କ ପାଖରୁ ହତ୍ୟା ରେ ବ୍ୟବହାର କରାଯାଇଥିବା ଠେଙ୍ଗା ଓ ଟାଙ୍ଗିଆ ଜବତ କରାଯାଇଥିଲା। ଗତକାଲି କୈାଣସି ସୂତ୍ରରୁ ଖବର ପାଇ ଉମରକୋଟ ଥାନା ଅଧିକାରୀ ରମାକାନ୍ତ ସାଏ ଙ୍କ ନିର୍ଦ୍ଧଶକ୍ରମେ ଏସଆଇ ଶିବଜି ପଣ୍ଡା, କନଷ୍ଟେବଳ ନରେନ୍ଦ୍ର ନାୟକ,ସଂଚିତା ମଣ୍ଡଳ ଓ ଜସମିନ ମାଲା ନାୟକ ବଡ ବାସିନି ଗ୍ରାମରୁ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଗିରଫ ଦୁଇ ମହିଳା ଅଭିଯୁକ୍ତ ହେଲେ ଗୋମତୀ ଗଣ୍ଡ (୩୫) ଓ ମଦନା ଗଣ୍ଡ (୫୦)।ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି।ଅନ୍ୟ ଅଭିଯୁକ୍ତ ଙ୍କୁ ଖୁବଶିଘ୍ର ଧରାଯିବ ବୋଲି ଥାନା ଅଧିକାରୀ ରମାକାନ୍ତ ସାଏ ସୂଚନା ଦେଇଛନ୍ତି।




