Breaking News

ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରରିଯୋଗୀତା ପାଳିତ.

ଭୁବନେଶ୍ୱର ଆଜି ବ୍ଲାଇଣ୍ଡ ଆସୋସିଏସନ ସମ୍ମିଳନୀ କକ୍ଷରେ ବିଏମସି 2 ମଧ୍ୟ ଭୁବନେଶ୍ୱର ବ୍ଲକ ସ୍ତରୀୟ ଫେଡେରେସନର 11ଟି ଏସଏଚଜି ଗ୍ରୁପ ଦ୍ୱାରା ପାରମ୍ପରିକ ପିଠା ପ୍ରତିଯୋଗିତା ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିଲା. ଫେଡେରେସନ ସଭାପତି ଭା୍ନୁପ୍ରିୟା ଦାସଙ୍କ ନେତୃତ୍ୱରେ 11ଟି ଏସଏଚଜି ରୁ 33ଜଣ ମହିଳା ମାନେ ପୋଡପିଠା, ମଣ୍ଡା ପିଠା, ଏଣ୍ଡୁରି ପିଠା, ଆଳୁଦମ ଦହିବରା. କାଟରୀ ଚାଟ, ମସଲା ବରା, ଜାମୁକୋଲ ପିଠା ଇତ୍ୟାଦି ଅନେକ ପ୍ରକାର ପାରମ୍ପରିକ ପିଠା ଯାହାକି ଆଜିର ଦିନରେ ଲୁଚି ଯାଉଥିଲା ତାକୁ ପୁଣି ଉଜ୍ଜୀବିତ କରିବାକୁ ସରକାର ଯେଉଁଭଳି ପ୍ରୟାସ ଓ ପ୍ରୋତ୍ସାହନ ମା ମାନଙ୍କୁ ଦେଉଛନ୍ତି ସେଥିପାଇଁ ସଭାପତି ଭା୍ନୁପ୍ରିୟା ଦାସ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି. ସେହିପରି ଆଜିର ଦିନରେ ମା ମାନେ ନିଜେ ପିଠା ପଣା କରି ବିକ୍ରିବାଟା କରି ନିଜ ଗୋଡ଼ରେ ଠିଆ ହୋଇ ପାରିବେ ଓ ଆମର ପୀଠ ସାରା ଦେଶରେ ବିକ୍ରି କରି ରୋଜଗାର କରିବା ପାଇଁ ସରକାର ସହଯୋଗ କରୁଥିବାରୁ ଆମେ ଖୁସି ବୋଲି କହିଛନ୍ତି ବରିଷ୍ଠ ସଦସ୍ୟ ରଞ୍ଜୁଲତା ମହାପାତ୍ର. ଆଜିର ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥିଭାବେ ସିଡିପିଓ ରାଜଶ୍ରୀ ଗୋସ୍ୱାମୀ, ମୁଖ୍ୟ ବକ୍ତାଭାବେ ପୂର୍ବତନ ସିଡିପିଓ ସ୍ନେହଲତା ନାୟକ, ଡିପିସି ନିରଞ୍ଜନ ମଳିକ, ବିପିସି ବନ୍ଦନା ମିଶ୍ର, ବିପିଏ ରଶ୍ମିତା ପଣ୍ଡା ପ୍ରମୁଖ ଯୋଗଦେଇ ମା ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କୃତ କରିଥିଲେ.
ରିପୋର୍ଟ ଦେବ ପ୍ରସାଦ ମହାନ୍ତି.

Related Articles

Back to top button