Breaking News
ଖଟଖଟିଆ ରେ ବିକଶିତ କୃଷି ସଂକଳ୍ପ ଅଭିଯାନ


କଣ୍ଟାମାଳ: -୯|୬|୨୫, ସମର୍ଥ ନିୟୁଜ ( ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲାରେ ବିକଶିତ କୃଷି ସଂକଳ୍ପ ଅଭିଯାନ ନିରନ୍ତର କୃଷି ପ୍ରଣାଳୀ ଏବଂ କୃଷକ କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ଦେଶବ୍ୟାପୀ ଅଭିଯାନର ଅଂଶ ସ୍ୱରୂପ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଆୟୋଜିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ବୈଜ୍ଞାନିକ କବିତା ମିଶ୍ର , ସସ୍ମିତା ପଲ , ବ୍ଲକ କୃଷି ଅଧିକାରୀ ଲଲିତ ସାହୁ, କଣ୍ଟାମାଳ ସହକାରୀ କୃଷି ଅଧୂକାରୀ ଚାନ୍ଦନୀ ପ୍ରଧାନ, ରାଜୀବ ସାହୁ , ରିତା ପ୍ରଧାନ, ସ୍ଥାନୀୟ ସରପଞ୍ଚ ଅରବିନ୍ଦ ପାଣ୍ଡେ, ପରେଶ ପ୍ରଧାନ ଓ ଗ୍ରାମ୍ୟ କୃଷି ଅଧିକାରୀ ସର୍ଜନ ଆଡ଼ବାଙ୍କ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ବହୁସଂଖ୍ୟକ ଲୋକ ଯୋଗ ଦେଇଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




