Breaking News

ଆମ୍ବ ର ଦାମ ଲକ୍ଷେ ଟଙ୍କା 

 

ନବରଙ୍ଗପୁର ରେ ଫଳୁଛି ମିୱାଜାକୀ ଆମ୍ବ। ଆମ୍ବ ଦେଖିବା ପାଇଁ ଲାଗୁଛି ଲୋକଙ୍କ ଭିଡ l 

ବର୍ତ୍ତମାନ ଫଳ ର ରାଜା ଆମ୍ବ ସିଜନ,ଆମ୍ବ କହିଲେ ଭାସି ଉଠେ ହଳଦିଆ ପାଚିଲା ରସଳ ଆମ୍ବ ର ଚିତ୍ର ଟିଏ, କିନ୍ତୁ ଆମେ କହୁଛୁ ଗୋଲାପୀ ବାଇଗଣୀ ରଙ୍ଗ ର ଆମ୍ବ ମିୱାଜାକି ଆମ୍ବ ବିଷୟ। ଆନ୍ତର୍ଜାତୀୟ ବଜାର ରେ ଯାହାର ମୂଲ୍ୟ ପ୍ରତି ଦେଢ଼ ରୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ। ସେହି ମିୱାଜାକି ଆମ୍ବ ଏବେ ନବରଙ୍ଗପୁର ଜିଲ୍ଲାରେ ଉପଲବ୍ଧ। 

ନବରଙ୍ଗପୁର ଜିଲ୍ଲା ର ନନ୍ଦାହାଣ୍ଡି ବ୍ଳକ ର ଡେଙ୍ଗାତୋଟା ଗୁଡା ଗ୍ରାମ ରେ ଶୋଭା ବର୍ଦ୍ଧନ କରୁଛି ମିୱାଜାକି ଆମ୍ବ। ଅଗ୍ରଣୀ ଚାଷୀ ସୁଧାଂଶୁ ପାଢ଼ୀ ପରୀକ୍ଷଣ ଭିତ୍ତି ରେ ନିଜ ଫାର୍ମ ରେ ଚାଷ କରିଛନ୍ତି ମିୱାଜାକି ଆମ୍ବ। ଗତ 2023 ଜୁଲାଇ ମାସ ରେ ଏକ ନର୍ସରୀ ରୁ ପ୍ରତି ଚାରା 2100 ଟଙ୍କା ରେ ଏହି ଆମ୍ବ ପ୍ରଜାତି ର ଚାରା କିଣି ଆଣି ନିଜ ଫାର୍ମ ରେ ଲଗାଇ ଥିଲେ। ପ୍ରାକ୍ରୁତିକ ଉପାୟରେ ଗୋବର, ନିମ ଓ ଜିଆ ଖତ ବ୍ୟବହାର କରିଥିଲେ। ଫଳରେ ଦୁଇବର୍ଷ ମଧ୍ୟରେ ଗଛ ରେ ଫଳ ଧରି ପାରିଛି। ମାତ୍ର 6 ରୁ 7 ଫୁଟ ଉଚ୍ଚତା ବିଶିଷ୍ଟ ଗଛ ରେ ଆମ୍ବ ଫଳିଛି। ଗୋଟିଏ ଗୋଟିଏ ଆମ୍ବ ର ଓଜନ ଅଧା କେଜି ରୁ ଗୋଟିଏ କେଜି ଓଜନର ହେଲାଣି। ଦେଖିବାକୁ ଖୁବ ସୁନ୍ଦର ଓ ଲୋଭନୀୟ ଏହି ଆମ୍ବ,ଏଭଳି ବିଦେଶୀ ପ୍ରଜାତି ର ଆମ୍ବ ଚାଷ ପ୍ରଥମ ଥର ନବରଙ୍ଗପୁର ଜିଲ୍ଲାରେ ।

ଜିଲ୍ଲା ଉଦ୍ୟାନ ବିଭାଗ ସହାୟତା ରେ ସୁଧାଂଶୁ ଙ୍କ ଫାର୍ମ ରେ ବୁନ୍ଦା ଜଳ ସେଚନ ବ୍ୟବସ୍ଥା କରା ଯାଇଛି। ବୁନ୍ଦା ଜଳସେଚନ ପାଇଁ ସେ 60 ପ୍ରତିଶତ ରିହାତି ପାଇଛନ୍ତି। 

ବୁନ୍ଦା ଜଳ ସେଚନ ବ୍ୟବସ୍ଥା ଯୋଗୁଁ ଗଛ କୁ ଉଭୟ ଖତ ସାର ସହ ପାଣି ନିୟମିତ ବ୍ୟବଧାନ ରେ ମିଳି ପାରୁଛି। ଯାହା ଦ୍ୱାରା ଗଛ କୁ ଠିକ ପୋଷଣ ମିଳି ପାରୁଛି।ଫଳରେ ଦୁଇବର୍ଷ ମଧ୍ୟରେ ଗଛ ରେ ଫଳ ଧରିପାରିଛି। ଏହାର ରକ୍ଷଣା ବେକ୍ଷଣ ଓ ଯତ୍ନ କିପରି କରାଯିବ ସେ ନେଇ ଡିଜିଟାଲ ମିଡ଼ିଆ ର ସହାୟତା ନେଇଥିଲେ ଆମ୍ବ ଚାଷୀ । ଏଭଳି ବିରଳ କିସମ ଆମ୍ବ ଚାରା ରୋପଣ ସହ ଗଛ ର ଯତ୍ନ ନେଇଥିବା ଯୋଗୁଁ ଫାର୍ମ କର୍ମଚାରୀ ବି ଖୁସି ହେବା ସହ ତାର ସୁରକ୍ଷା ରେ ଲାଗି ପଡିଛନ୍ତି।

 ପ୍ରଥମ ଥର ପାଇଁ ମିୱାଜାକି ଆମ୍ବ ଚାଷ କରି ପାରିଥିବାରୁ ଆମ୍ବ ଚାଷୀ ସୁଧାଂଶୁ ପାଢ଼ୀ ବେଶ ଖୁସି। ସୁଧାଂଶୁ ନିଜ ଫାର୍ମ ରେ କେଶର, ଚଉସା, ଆଲଫାନଯୋ ଆମ୍ବ ସହ ବିଭିନ୍ନ ପ୍ରକାର ର ପିଜୁଳି ଚାଷ କରନ୍ତି। ତେବେ ମିୱାଜାକି ଆମ୍ବ ଚାଷ କରି ସେ ନୂତନ ପରୀକ୍ଷଣ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି କରିଛନ୍ତି।ମିୱାଜାକି ଆମ୍ବ ର ଦର ଆନ୍ତର୍ଜାତୀୟ ବଜାର ରେ ଅଧିକ ଚଢା ଦର ଥିବା ସତ୍ୱେ ପ୍ରଥମ ଆମ୍ଭ ଫସଲ କୁ ସେ କମ ଦର ରେ ସ୍ଥାନୀୟ ବଜାର ରେ ହିଁ ବିକ୍ରି କରିବେ ବୋଲି କହିଛନ୍ତି। ସୁଧାଂଶୁ ଙ୍କ ମିୱା ଜାକି ଆମ୍ବ ଚାଷ ର ସଫଳତା ଅନ୍ୟ ଚାଷୀ ଙ୍କୁ ପ୍ରେରଣା ଯୋଗାଇବ ବୋଲି ଜିଲ୍ଲା ଉଦ୍ୟାନ ବିଭାଗ ର ଉପ କୃଷି ନିର୍ଦ୍ଦେଶକ ଚନ୍ଦ୍ର ମୋହନ ସାହୁ କହିବା ସହ ବୁନ୍ଦା ଜଳସେଚନ ଜରିଆରେ ଫଳ ଚାଷ ପ୍ରତି ମଧ୍ୟ ଅନ୍ୟ ଚାଷୀ ଆଗ୍ରହୀ ହେବେ ବୋଲି କହିଛନ୍ତି। 

ତେବେ କେନ୍ଦ୍ର ସରକାର କୃଷିଜାତ ବିକ୍ରି ପାଇଁ କୃଷକ ଉତ୍ପାଦକ ସଙ୍ଘ ଜରିଆରେ ବିଶ୍ୱର ଅନ୍ୟ ଦେଶ ସହ ବୁଝାମଣା କରିଥିବାରୁ ନବରଙ୍ଗପୁର ଜିଲ୍ଲା ର ମିୱାଜାକି ଆମ୍ବ ଭଳି ଫଳ ଓ ଅନେକ ପନିପରିବା ବିଦେଶ କୁ ରପ୍ତାନି ସମ୍ଭବ ହୋଇପାରିବ ବୋଲି କହିଛନ୍ତି ହର୍ଟୀକଲଚର ଡେପୁଟି ଡାଇରେକ୍ଟର ଶ୍ରୀ ଚନ୍ଦ୍ର ମୋହନ ସାହୁ l

Related Articles

Back to top button