Breaking News

ଏକ ସମୟରେ ୭୫ ଜଣ ଓ ସ୍ ଅଫିସର ପରିଦର୍ଶନ କଲେ ଝଙ୍କଡବାସିନୀ ମା’ଶାରଳାଙ୍କୁ !!

ତିର୍ତ୍ତୋଲ ::-କଥାରେ କୁହନ୍ତି “ଯୋଗ ଭାଗ୍ୟ ଯେବେ ସାଥିରେ ରହିବ, ସୌଭାଗ୍ୟ ଆସିବ ପାଶେ , କାଶୀ ବାରଣାସୀ ବଦ୍ରି ଶିରୀକ୍ଷେତ୍ର ଝଙ୍କଡ଼େ ମିଳିବ ନିଶ୍ଚେ “!!ଏପରି ଯୋଗଭାଗ୍ୟ ର ମିଳନରେ ସାମିଲ ହୋଇଥିବା ୭୫ ଜଣ ଓ.ଏସ. ଅଫିସର ଏକ ସମୟରେ ପହଞ୍ଚିଥିଲେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ବାସିନୀ ମା’ ଶାରଳାଙ୍କ ପୀଠରେ !ମା’ଶାରଳାଙ୍କ ଦର୍ଶନ, ପୂଜାର୍ଚନା ଓ ବେଢା ପରିକ୍ରମା ର ସାନିଧ୍ୟ ଲାଭ କରି ନିଜକୁ ଧନ୍ୟ ମନେ କରିଥିଲେ !ଖବର ଅନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଓଡ଼ିଶା ପ୍ରସାଶନିକ ସେବା ଅଧିକାରୀ ମାନେ, ରାଜଧାନୀ ଭୁବନେଶ୍ୱର ସ୍ଥିତ ଗୋପବନ୍ଧୁ ଏକାଡେମୀ ରେ ଆୟୋଜିତ ଏକ ପ୍ରଶିକ୍ଷଣ ଶିବିର ରେ ତାଲିମ ନେବାକୁ ଆସିଥିବା ବେଳେ,ପାରାଦୀପ ବନ୍ଦର ପରିଭ୍ରମଣ ର ସୁଯୋଗ ରେ ଯାତ୍ରା କରୁଥିବା ଅବସରରେ, ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ପୀଠ ପରିଦର୍ଶନ କରିବା ନିମନ୍ତେ ଏଠାରେ ପହଞ୍ଚିଥିଲେ। ତିର୍ତ୍ତୋଲ ବ୍ଲକ ର ପ୍ରସାଶନିକ ଅଧିକାରୀ ମାନେ ସେମାନଙ୍କୁ ସ୍ବାଗତ କରିବା ସହିତ ମନ୍ଦିରର ବେଢ଼ା ଭିତରକୁ ପାଛୋଟି ନେଇଥିଲେ।ଉକ୍ତ ଭ୍ରାମ୍ୟମାଣ ଓ ଏସ ଅଧିକାରୀ ମାନେ ଆମ ଝଙ୍କଡ଼ ପ୍ରତିନିଧି ଙ୍କ ସହିତ ଏକ ସୌଜନ୍ୟ ମୂଳକ ସାକ୍ଷାତକାର ରେ କହିଥିଲେ ଯେ, ଆମେ ସମସ୍ତେ ଓଡିଶା ପ୍ରସାଶନିକ ସେବା କ୍ଷେତ୍ରରେ ନିୟୋଜିତ, ମାଆ ସାରଳା ହେଉଛନ୍ତି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ କାବ୍ୟ କଳାର ଆରାଧ୍ୟାଦେବୀ, ତେଣୁ ଆମେ ଆଜି ସେହି ଗରୀମାମୟ ବାଣୀ କ୍ଷେତ୍ର ରେ ଉତ୍କଳ ଭାରତୀ ମା ସାରଳା ଠାକୁରାଣୀ ଙ୍କ ଦିବ୍ୟ ଦର୍ଶନ ଲାଭ କରି ନିଜ ନିଜକୁ ଧନ୍ୟ ମନେ କରୁଅଛୁ ବୋଲି ସହୃଦୟ ରେ କହିଥିଲେ !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!

Related Articles

Back to top button