Breaking News
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଶିକ୍ଷା ସମ୍ମାନରେ ଭାଗ୍ୟଶ୍ରୀ ଟପ୍ପର। ସଫଳତା ପଛରେ ବାପାମାଆ ଓ ପରିବାରଙ୍କ ପ୍ରେରଣା-ଭାଗ୍ୟଶ୍ରୀ


କଣ୍ଟାମାଳ,୭।୬।୨୫ ସମର୍ଥ ନିୟୁଜ(ପ୍ରଭାତ କୁମାର ସାହୁ) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି କଳା ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି । ସୋନପୁର ମଡେଲ ଡିଗ୍ରି କଲେଜର ଛାତ୍ରୀ ଭାଗ୍ୟଶ୍ରୀ ମିଶ୍ର ଶିକ୍ଷା ସମ୍ମାନରେ ୮.୮୪% ସିଜିପିଏ ମାର୍କ ରଖି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଟପ୍ପର ହୋଇଛନ୍ତି I ଭାଗ୍ୟଶ୍ରୀ ହେଉଛନ୍ତି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗୁଡ଼ଭେଲିପଦର ଗ୍ରାମର ଶିକ୍ଷକ ସୁଦାମ ଚରଣ ମିଶ୍ର ଓ କଲ୍ୟାଣୀ ମିଶ୍ରଙ୍କ ଏକମାତ୍ର ଝିଅ ଅଟନ୍ତି । ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଟ୍ୟୁସନ୍ ସାରଙ୍କ ଗୁଣାତ୍ମକ ଶିକ୍ଷାଦାନ ସହ ବାପାମାଆଙ୍କ ପ୍ରେରଣାରେ ଏଭଳି ସଫଳତା ହାସଲ କରିଥିବା କୁହନ୍ତି ଭାଗ୍ୟଶ୍ରୀ । ତାଙ୍କର ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ତାଙ୍କର ଏଭଳି ସଫଳତା ପାଇଁ ପରିଚିତ ମହଲରେ ଖୁସିର ଲହରୀ ଖେଳି ଯାଇଛି।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




