Breaking News

୧ମ ବାର୍ଷିକ ଡି ଆର କେ କପ ଦିବାରାତ୍ର ୨୦-୨୦ କ୍ରିକେଟ ଟୁର୍ଣ୍ଣIମେଣ୍ଟର ୪ର୍ଥ ଦିନ (କୋର ହାଣ୍ଟର୍ସ ୩ ଉଇକେଟରେ ବିଜୟୀ)

ବାରିପଦା – ତା :- ୦୮/୦୬/୨୦୨୫ ରିଖ ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମରେ ଡି ଆର କେ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୧ମ ବାର୍ଷିକ ଡି ଆର କେ କପ ଦିବାରାତ୍ର ୨୦ – ୨୦ କ୍ରିକେଟ ଟୁର୍ଣ୍ଣIମେଣ୍ଟର ୪ର୍ଥ ଦିନର ମ୍ୟାଚରେ କୋର ହାଣ୍ଟର୍ସ, ରାଫେଲ ରକେଟ୍ସକୁ ୩ ଉଇକେଟରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ରାଫେଲ ରକେଟ୍ସ ୧୯. ୧ ଓଭରରେ ସମସ୍ତ ଉଇକେଟ ହରାଇ ୯୮ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ସୁବ୍ରତ କୁମାର ସିଂ ୨୯ ଓ ରୁପମ ମହାନ୍ତି ୧୯ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ଅଭିଷେକ ପରିଡା, କ୍ଷମାସାଗର ବଳ ଓ ଯଶୋବନ୍ତ ସିଂ ୨ ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ କୋର ହାଣ୍ଟର୍ସ ୧୫. ୪ ଓଭରରେ ୭ ଉଇକେଟ ହରାଇ ୯୯ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ଦିବ୍ୟେଶ ମହାନ୍ତି ୪୪ ଏବଂ କ୍ଷମାସାଗର ବଳ ଓ ଦୀପକ ବେହେରା ୧୧ ରନ ଲେଖାଏଁ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ସିଦ୍ଧାର୍ଥ ସିନ୍ହା, ପ୍ରୀତିଦେବ ଜେନା ଓ ବିଶ୍ୱଜିତ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଅମ୍ପାୟାର ଆଶୁତୋଷ ପାଣି ଓ ଦିଲ୍ଲୀପ ଦାସ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରଂରେ ସହାୟତା କରିଥିଲେ I ସୋମନାଥ ସିଂହ ଓ ବୁବୁ ସିନ୍ହା ଧାରବିବରଣୀ ପ୍ରଦାନ କରିଥିଲେ I ଅତିଥି ଭାବେ ଟୁର୍ଣ୍ଣIମେଣ୍ଟର ଉପ ସଭାପତି କାଶୀନାଥ ରଣା, ପୂର୍ବତନ କ୍ରିକେଟ ଖେଳାଳି ଅଞ୍ଜନ ଜେନା ତଥା ଆୟୋଜକ ଅମିତାଭ ଦାସ ଓ ସତ୍ୟନାରାୟଣ ଜୀଉ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I କାର୍ଯ୍ୟକାରୀ ସମ୍ପାଦକ ନିରୋଜ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I

Related Articles

Back to top button