Breaking News

ଓଡିଶା ଯାତ୍ରା କମିଟି ମହାସଂଘର ବୈଠକ ଅନୁଷ୍ଠିତ.

ଭୁବନେଶ୍ୱର ଆଜି ରୋଟାରି ଭବନଠାରେ ଓଡିଶା ଯାତ୍ରା କମିଟି ମହାସଂଘର ଜିଲ୍ଲା ସ୍ତରୀୟ କମିଟି ସଦସ୍ୟ ମାନଙ୍କୁ ନେଇ ନୂଆ ରାଜ୍ୟ କମିଟି ଗଠନ ହେବା ସହ ରାଜ୍ୟରେ କିପରି ଯାତ୍ରା ମାଲିକ ମାନେ ଯାତ୍ରା କମିଟିର ନିଷ୍ପତି ଅନୁଯାଇ ଯାତ୍ରା ପରିଚାଳନା କରିବେ ସେହି ବିଷୟରେ ଆଲୋଚନା କରାଯାଇ ନିଷ୍ପତି ନିଆଯାଇଛି. ଯାତ୍ରାକୁ ଶୃଙ୍ଖଳିତ, ଅଶ୍ଳୀଳତା ମୁକ୍ତ ଓ ରାତି ପିଛା କମ ଖର୍ଚ୍ଚରେ ଯାତ୍ରା ପରିବେଷଣ ପାଇଁ ମାଲିକ ମାନଙ୍କ ଉପରେ ଚାପ ସୃଷ୍ଟି ସହିତ ଭଲ ନାଟକ ସୃଷ୍ଟି ପାଇଁ ମାଲିକ ମାନେ ଦୃଷ୍ଟି ଦେବାପାଇଁ ବାଧ୍ୟ କରିବାକୁ ଓ ଆବଶ୍ୟକ ହେଲେ ସରକାରଙ୍କୁ ପଦକ୍ଷେପ ନେବାକୁ ଜଣାଇବୁ ବୋଲି କହିଛନ୍ତି କମିଟିର ସାଧାରଣ ସମ୍ପାଦକ ଉମାକାନ୍ତ ମିଶ୍ର. ଆଜି ଏକ ନୂଆ ରାଜ୍ୟ ସ୍ତରୀୟ କମିଟି ଗଢ଼ାଯାଇ ପ୍ରଥମେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ପାଳ ମାନଙ୍କୁ ଭେଟି ପ୍ରଚଳିତ ଧାରାରେ ଚାଲୁଥିବା ଯାତ୍ରା ବନ୍ଦ କରି ପର ନାଇଟ ଦୁଇ ଲକ୍ଷ ଟଙ୍କା ରେ ଯାତ୍ରା ପରିବେଷଣ ସହ ମାଲିକ ମାନେ ଯେପରି ମନମାନି ଓ ଶୋଷଣ ବନ୍ଦ କରିବେ ସେଥିପାଇଁ ସରକାର ପଦକ୍ଷେପ ନେବାକୁ କମିଟି ସରକାରଙ୍କୁ ଜଣାଇବ ବୋଲି କହିଛନ୍ତି ରାଜ୍ୟ ଯାତ୍ରା କମିଟି ସଂଯୋଜକ ମାନସ ରଞ୍ଜନ ରାୟ ସାମନ୍ତ.

ରିପୋର୍ଟ ଦେବ ପ୍ରସାଦ ମହାନ୍ତି.

Related Articles

Back to top button