Breaking News
ହତ୍ୟା କରି ପୋଡି ଦେଲେ ଗାଁ ର ଏକାଧିକ ମହିଳା


ମୋହନା:0୮/0୬/୨୫(ସୁବିତ କୁମାର ନାୟକ)ଗାଁ ର ଅଧିକାଂଶ ମହିଳା ଙ୍କ ସହ ସମ୍ପର୍କ ରଖିବା ହେଲା କାଳ,ହତ୍ୟା କରି ପୋଡିଲେ ଗାଁ ର ଏକାଧିକ ମହିଳା ।ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କୁଇହୁରୁ ଗାଁ ରେ।ଗାଁ ର କାମ୍ବି ମଳିକ ନିଜ ସ୍ତ୍ରୀ ର ମୃତ୍ୟୁ ପରେ ଗାଁ ରେ ଥିବା ଏକାଧିକ ମହିଳା ଙ୍କ ସହ ସମ୍ପର୍କ ରଖିଥିଲା। ଯାହା ଫଳରେ ଚଳିତ ମାସ ଦୁଇ ତାରିଖ ରେ ଗାଁ ର ଜଣେ ମହିଳା ଙ୍କ ସହ ଜୋର ଜବରଦସ୍ତ ସମ୍ପର୍କ ରଖିଥିଲା। ହେଲେ ମହିଳା ଜଣକ ନିଜ କ୍ରୋଧ କୁ ସମ୍ଭାଳି ନ ପାରି କାମ୍ବି ସୋଇଥିବା ଦେଖି ଧାରୁଆ ଅସ୍ତ୍ର ରେ ହତ୍ୟା କରିଥିଲା। ପରେ ଗାଁ ର ଏକାଧିକ ମହିଳା ଗାଁ ଠାରୁ ଦୁଇ କିଲୋ ମିଟର ଦୂର ରେ ଥିବା ଏକ ଆମ୍ବ ଗଛ ମୂଳ ପଥର ଚାଞ୍ଚଡା ରେ କିରୋସିନି ଢାଳି ପୋଡି ଦେଇଥିଲେ।ଏନେଇ ଅଭିଯୋଗ କରିଛନ୍ତି ଝିଅ ସୁନ୍ଦରୀ ମଳିକ। ଘଟଣା ସ୍ଥଳରେ ମୋହନା ପୋଲିସ ପହଞ୍ଚି ତିନିଜଣ ଙ୍କୁ ଅଟକ ରଖିବା ସହ ଅଧିକ ତଦନ୍ତ ଚଳାଇଛି।




