Breaking News

ବିଜେଡି ଓ ତାଇକୁଣ୍ଡୁ ଆସୋସିଏସନ୍ ର ମିଳିତ ଆନୁକୂଲ୍ୟରେ ସଫେଇ କାର୍ଯ୍ୟକ୍ରମ

 

 

କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ଓ କଳାହାଣ୍ଡି ତାଇକୁଣ୍ଡୁ ଆସୋସିଏସନ୍ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପୋଲିସ ଉଚ୍ଚ ବିଦ୍ୟାଳୟ ଠାରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହା ସହିତ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ମଧ୍ୟ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ପୋରାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ବରିଷ୍ଠ ବିଜେଡି ନେତା ଜିତେନ୍ଦ୍ର ମହାନ୍ତି, ପ୍ରଦୀପ ମୁଣ୍ଡ, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ପୂର୍ବତନ ପୌରାଧ୍ୟକ୍ଷା ଲଳିତା ନାଏକ, ପୂର୍ବତନ ଉପ ନଗରପାଳ ସବିତା ପ୍ରଧାନ, ରାଜ୍ୟ ଛାତ୍ର ବିଜେଡି କାର୍ଯକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ତାଇ କୁଣ୍ଡୁ ଆସୋସିଏସନର ସେଖ୍ ମୁନାବର, ବିଜେଡି ନେତା ଧବଳେଶ୍ଵର ମହାପାତ୍ର, ଯୁବ ନେତା ମନିନ୍ଦ୍ର ମହାନ୍ତି, ସେନାପତି ନାଏକ, ସାମନ୍ତ ଖମାରୀ, ରାଜୀବ ଲୋଚନ ଶତପଥି, ରବି ପଟ୍ଟନାୟକ, ଦିନେଶ ବଗର୍ତ୍ତି, ବରିଷ୍ଠ ଆଇନଜିବୀ ନିହାର ରଞ୍ଜନ ମିଶ୍ର, ପ୍ରଦୀପ ପ୍ରଧାନ, ସମୀତା ନାୟକ, ସମିତା ମହାପାତ୍ର, ପ୍ରାଣ ନାଏକ ପ୍ରମୁଖ ଯୋଗଦେଇଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ର ପଟ୍ଟନାୟକ ସହଯୋଗ କରିଥିଲେ।ଭବାନୀପାଟଣ ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button