Breaking News

ବୌଦ୍ଧ ଜିଲ୍ଲା ମାହେଶ୍ଵରୀ ସେନାର ସାଧାରଣ ବୈଠକ, ନୂତନ କମିଟୀ ଗଠନ,

ଜିଲ୍ଲା ସଭାପତି ଭାବେ ଅନିଲ ପଲିଆ ଓ ସଂପାଦକ ଭାବେ ଆଜାଦ କଲତା ମନୋନୀତ ‘

କଣ୍ଟାମାଳ ବ୍ଲକ ପାଇଁ ଅଭିନାଶ ସଭାପତି ଓ ଗଜାନନ ସଂପାଦକ,

 

 

କଣ୍ଟାମାଳ: – ୦୮.୦୬.୨୦୨୫ ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) ରବିବାର ଦିନ ମାଁ ମାହେଶ୍ଵରୀ ସେନା ତରଫରୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିକଟସ୍ଥ ବନ୍ଧପାଲି ଶ୍ରୀରାମ ମନ୍ଦିର ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ମାଁ ମାହେଶ୍ଵରୀ ସେନା ଦ୍ଵାରା ବିଗତ ଦିନ ମାନଙ୍କରେ ହୋଇଥିବା କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବା ସହ ନୂତନ ଭାବେ ଜିଲ୍ଲାସ୍ତରୀୟ କମିଟି ଓ ବ୍ଲକ ସ୍ତରୀୟ କମିଟି ଗଠନ କରଯାଇଥିଲା । ମାଁ ମାହେଶ୍ଵରୀ ସେନାର କେନ୍ଦ୍ରୀୟ ସଦସ୍ୟ ମହେନ୍ଦ୍ର ମହାକୁଲ ଙ୍କ ସଭାପତିତ୍ୱରେ ତଥା ଘନଶ୍ୟାମ କମ୍ପ, ଜିତେନ୍ଦ୍ର ମେଣ୍ଡଲି ଓ ଥବିର‌ କର୍ମି‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ସର୍ବସମ୍ମତ୍ତି କ୍ରମେ ବୌଦ୍ଧ ଜିଲ୍ଲା ସଭାପତି ଭାବେ ଅନିଲ ପଲିଆ, ସଂପାଦକ ଆଜାଦ କଲତା, ଉପ ସଭାପତି ସ୍ବାଧିନ କର୍ମି, ସହ ସଂପାଦକ ଲିପୁନ ମହାକୁର , କୋଷାଧ୍ୟକ୍ଷ ନରେନ୍ଦ୍ର କର୍ମି, ସହ କୋଷାଧ୍ୟକ୍ଷ ରମାକାନ୍ତ ଦନ୍ତାଙ୍କୁ ମନୋନୀତ କରାଯାଇଥିଲା। ସେହିପରି କଣ୍ଟାମାଳ ବ୍ଲକ ସ୍ତରୀୟ କିମିଟି ପାଇଁ ବ୍ଲକ ସଭାପତି ଭାବେ ଅବିନାଶ କମ୍ପ , ସଂପାଦକ ଗଜାନନ‌ ପଧାନ, ଉପ ସଭାପତି ନାରାୟଣ ମହାକୁର, ସହ ସଂପାଦକ ରୋହିତ ବଘାର ଓ କୋଷାଧ୍ୟକ୍ଷ ଭେକୁ ପଧାନଙ୍କୁ ମନୋନୀତ କରାଯାଇଥିଲା । ମାଁ ମାହେଶ୍ୱରୀ ସେନାର ଜିଲ୍ଲା ସ୍ତରୀୟ କମିଟିରେ ମନୋନିତ ହୋଇଥିବା କର୍ମକର୍ତ୍ତା ନିଜ‌ ପଦବୀର ଦାୟିତ୍ବ ନେଇ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନା କରିବା ସହ‌ ଆଗମୀ ଦିନରେ ବିଭନ୍ନ କାର୍ଯ୍ୟକ୍ରମ ମାନେ ହାତକୁ ନିଆଯିବ ବୋଲି ନୁତନ ବୌଦ୍ଧ ଜିଲ୍ଲା ସଭାପତି ଅନିଲ ପଲିଆ ସୂଚନା ଦେଇଛନ୍ତି।ଭେକୁ ପ୍ରଧାନ ଧନ୍ୟବାଦ ଦେଇଥିବା ସ୍ଥଳେ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ’

Related Articles

Back to top button