Breaking News

ରାଜ୍ୟ ସ୍ତରୀୟ ଇକୋ ମଡେଲ ପ୍ରଦର୍ଶନୀ ରେ ବୌଦ୍ଧ ଜିଲ୍ଲା ପ୍ରଥମ

 

ତିଲେଶ୍ଵର ହାଇସ୍କୁଲ ର ଛାତ୍ରୀ ସୁଶ୍ରୀ ଶ୍ରୀୟା ବୌଦ୍ଧ ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି- ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ,

 

କଣ୍ଟାମାଳ: – ୬/୬/୨୫ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ତିଲେଶ୍ଵର ଲାଲ ବହାଦୁର ବିଦ୍ୟାପୀଠ ର ଦଶମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ଶ୍ରୀୟା ଡାଙ୍ଗ ରାଜ୍ୟ ସ୍ତରୀୟ ଇକୋ କ୍ଲବ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ବୌଦ୍ଧ ଜିଲ୍ଲାକୁ

ଗୌରବାନ୍ବିତ କରିଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ଭୁବନେଶ୍ୱରଠାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୃଷି ଶିକ୍ଷା ସଦନ ପରିସରରେ ରାଜ୍ୟ ସ୍ତରୀୟ ଇକୋକ୍ଲବ ଦ୍ୱାରା ବିଭିନ୍ନ ପ୍ରକଳ୍ପର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏହି ପ୍ରଦର୍ଶନୀରେ ୩୦ ଗୋଟି ଜିଲାରୁ ୩୦ ଗୋଟି ପ୍ରକଳ୍ପ ସ୍ଥାନ ପାଇଥ‌ିବା ବେଳେ ସୁଶ୍ରୀ ଶ୍ରୀୟା ଡାଙ୍ଗ ବୌଦ୍ଧ ଜିଲ୍ଲା ରୁ ଯାଇଥବା ପ୍ରକଳ୍ପ କୁ ପ୍ରଦର୍ଶିତ କରିଥିଲେ। ତେବେ ସୁଶ୍ରୀ ଶ୍ରୀୟା ଡାଙ୍ଗ ଙ୍କ ଏହି ପ୍ରକଳ୍ପ ବିଚାରକ ମଣ୍ଡଳୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ୩୦ ଟି ପ୍ରକଳ୍ପ ମଧ୍ୟରୁ ଏହା ପ୍ରଥମ ସ୍ଥାନ ଅଧିକାର କରିଥିଲା । ବିଦ୍ୟାଳୟ ଇକୋ କ୍ଲବ ଗାଇଡ ଶିକ୍ଷକ ରମେଶ ସାମଲ ଙ୍କ ତତ୍ତ୍ୱାବଧାନରେ ଏହି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି ପ୍ରଦର୍ଶନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ

ଖୁଣ୍ଟିଆ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଏହି ପ୍ରକଳ୍ପକୁ ଉଚ୍ଚ ପ୍ରଶଂସା କରି ସୁଶ୍ରୀ ଶ୍ରୀୟା ଡାଙ୍ଗ ଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନୀତ କରିଥିଲେ l ଛାତ୍ରୀଙ୍କ ଏହି ସଫଳତା ପରେ ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଳ ଦୁବେ ଖୁସି ବ୍ୟକ୍ତ ଥିବା ସହ ଅଭିଭାବକ ଶିକ୍ଷକ ଶିକ୍ଷୟତ୍ରୀ ମହଲ ରେ ଶୁଭେଚ୍ଛା ସୁଅ ଛୁଟିଥିବା ଜଣାପଡ଼ିଛି lସେହିପରି ମାନ୍ୟବର ମୁଖ୍ୟ ସଚେତକ, ଓଡ଼ିଶା ସରକାର ଶ୍ରୀ ସରୋଜ କୁମାର ମେହେର ମଧ୍ୟ ଉଚ୍ଚ ପ୍ରଶଂସା କରି ଶ୍ରୀୟା ବୌଦ୍ଧ ଜିଲ୍ଲାକୁ ଗୌରବାନ୍ବିତ କରିଥିବା ନେଇ କଣ୍ଟାମାଳ ରାଜ୍ୟସ୍ତରୀୟ ସଂକୀର୍ତ୍ତନ ମହୋତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସାଂସ୍କୃତିକ ସଭାରେ ବକ୍ତବ୍ୟ ରଖିଥିଲେ ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button