Breaking News

ଝଙ୍କଡ ଝୁରୁଛି କୃତୀ ଶିକ୍ଷାବିତ୍ ରଞ୍ଜିତ ପରିଜାଙ୍କୁ,ସାହିତ୍ୟ ସଭାରେ ଚର୍ଚ୍ଚା !!

ତିର୍ତ୍ତୋଲ ::-କର୍ମଣ୍ୟେ ବାଧିକାରସ୍ତେ ମା ଫଳେଷୁ କଦାଚନ ନ୍ୟାୟରେ କର୍ମକୁ ଜୀବନର ବ୍ରତ ଭାବି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଆଦର୍ଶ ଶିକ୍ଷାବିତ୍ ରଞ୍ଜିତ କୁମାର ପରିଜା !ଶିକ୍ଷକ ଜୀବନର ଅବସର ପରେ ତିର୍ତ୍ତୋଲର ଝଙ୍କଡ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ସଦସ୍ୟ ଭାବେ ବହୁ ସାରସ୍ୱତ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଥିଲେ ! ବିଭିନ୍ନ କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନଙ୍କୁ ଅର୍ଥ ରାଶି ଓ ଦକ୍ଷତା ପ୍ରମାଣପତ୍ର ପ୍ରଦାନ କରି ଉତ୍ସାହିତ କରିବାରେ ସେ ଥିଲେ ଅଗ୍ରଦୂତ !ତାଙ୍କର ଅଭାବରେ ଝଙ୍କଡ ସାହିତ୍ୟ ସଂସଦ ଜଣେ କର୍ମବୀର ଙ୍କୁ ହରେଇଲା ବୋଲି ଆୟୋଜିତ ସଭାରେ ଆମନ୍ତ୍ରିତ ଅତିଥି ମାନେ କ୍ଷୋଭ କରିବା ସହିତ ଦିବଂଗତ ଆତ୍ମା ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିବାର ଦେଖିବାକୁ ମିଳିଥିଲା !ଉକ୍ତ ସଭାରେ ମୁଖ୍ୟ ଅତିଥିଭାବେ ଶିକ୍ଷକ ନେତା ଅକ୍ଷୟ କୁମାର ଦାସ ଥିବାବେଳେ, ମୁଖ୍ୟ ବକ୍ତା ଥିଲେ ଅଧ୍ୟାପକ ଅରୁଣ କୁମାର ପଣ୍ଡା !ସମ୍ମାନିତ ଅତିଥିଭାବେ ଥିଲେ କବି ହେମନ୍ତ କୁମାର ନାୟକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଝୁଲରାମ ଦାସ ଓ ଶିକ୍ଷାବିତ୍ ଦିଗମ୍ବର ରାଉତ !ଏହି ଅବସରରେ ଝଙ୍କଡକନ୍ୟା ସବିତା ନାୟକ ଓ କବୟିତ୍ରୀ ପାୟଲ ମଣ୍ଡଳ ଙ୍କ ଯୁଗ୍ମ ସଂଯୋଜନା ରେ ଆୟୋଜିତ ହୋଇଥିଲା କବିତା ପାଠୋତ୍ସବ !ପ୍ରାୟ ୪୫ ରୁ ଅଧିକ କବି ଓ କବୟିତ୍ରୀ କର୍ମଯୋଗୀ ଆଦର୍ଶ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ସ୍ଵରଚିତ କବିତା ପାଠ କରି ଦିବଂଗତ ଆତ୍ମାଙ୍କ ସ୍ମରଣେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ !ସଂସଦ ର ସଂଗଠନ ସମ୍ପାଦକ ପଣ୍ଡିତ ବାସବ କୁମାର ନନ୍ଦ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ମଞ୍ଚ ସଂଚାଳନ କରିଥିଲେ ସଂସଦ ର ପ୍ରତିଷ୍ଠାତା ସମ୍ପାଦକ ଝଙ୍କଡ଼ରତ୍ନ ଗୋଲେକ ବିହାରୀ ପଲେଇ !ସଭା ପ୍ରାରମ୍ଭରେ ସ୍ବର୍ଗତଃ ରଞ୍ଜିତ ପରିଜାଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ସଭାକୁ ଅତିଥିମାନେ ଉଦଘାଟନ କରିଥିଲେ ! ଏହି ସମସ୍ତ କାର୍ଯ୍ୟରେ ତେନ୍ତୁଳିପଦା ର ପୂର୍ବତନ ସରପଞ୍ଚ ସନ୍ଧ୍ୟାରାଣୀ ବେହେରା,ଆଶିଷ କୁମାର ପରିଜା, ଅଞ୍ଜନା ମହାନ୍ତି,ଅକ୍ଷୟ ନାୟକ, ଶ୍ରଦ୍ଧାଞ୍ଜଳି ଦାସ,ବିକାଶ ପରିଜା, ପ୍ରିୟଙ୍କା ପରିଜା,ପରିମିତା ମହାପାତ୍ର,ନିରଞ୍ଜନ ନାୟକ, ରାଧାମୋହନ ପରିଜା,ସୁରେନ୍ଦ୍ର ସାହୁ, ଶରତ କୁମାର ଦାଶ,ପୁତ୍ର ଅଭୟ ପରିଜା, ଅକ୍ଷୟ ପରିଜା,ପୁତ୍ରବଧୂ ଅମିୟା ପରିଜା, ତୃପ୍ତି ମଞ୍ଜରୀ ପରିଜା,କନ୍ୟା ଅରୁନ୍ଧତୀ ଦାସମହାପାତ୍ର, ପ୍ରଗତି ଦାସ,ଜାମାତା ସିଦ୍ଧାର୍ଥ ଦାସ ମହାପାତ୍ର, ପ୍ରଭାତ ଦାସ, ନାତି ନାତୁଣୀ ପ୍ରିୟଙ୍କା, ପ୍ରିୟଦର୍ଶିନୀ, ପ୍ରିୟାଂଶୁ, ପ୍ରଜ୍ଞା ସାଇ, ପ୍ରଭାତ, ବିକାଶ, ଅମନ, ଆଇଶ ପ୍ରମୁଖ ଉପସ୍ଥିତ ଥାଇ ସ୍ବର୍ଗତଃ ଆତ୍ମା ର ସଦଗତି କାମନା କରିଥିବାର ଦେଖିବାକୁ ମିଳିଥିଲା !ଶେଷରେ କବି ନିତ୍ୟାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ !!

Related Articles

Back to top button