ଗୁରୁଜୀ ନଗେନ୍ଦ୍ର କୁମାର ଦାଶ ଙ୍କ ସ୍ମରଣେ


ତିର୍ତ୍ତୋଲ ::-ସନ୍ଥ କବିର ଦାସଙ୍କ ଲେଖାରେ “ଗୁରୁ ଗୋବିନ୍ଦ ଦୌ ଖଡେ କାକେ ଲାଗୁଁ ପାୟ, ବଲିହାରୀ ଗୁରୁ ଆପନେ ଗୋବିନ୍ଦ ଦିୟେ ବତାୟେ “! ଯୋଉ ଗୁରୁ ଗୋବିନ୍ଦ ଙ୍କୁ ମାନବ ସମାଜରେ ପରିଚିତ କରନ୍ତି ସେଇ ପରମପୁଜ୍ୟ,ବିଶିଷ୍ଟ ଆଦର୍ଶ ଶିକ୍ଷାବିତ୍, ସଂସ୍କୃତ ଜ୍ଞାନ ବିଶାରଦ,କର୍ମକାଣ୍ଡ ପ୍ରବୀଣ, ଛାତ୍ରବତ୍ସଳ ତଥା ସର୍ଵଗୁଣ ସମ୍ପନ୍ନ ପଣ୍ତିତ ନଗେନ୍ଦ୍ର କୁମାର ଦାଶ ଙ୍କୁ ସ୍ମରଣ କରୁଛି ସାରା ଜଗତସିଂହପୁର ଜିଲ୍ଲା ତଥା ତିର୍ତ୍ତୋଲର ବିଭିନ୍ନ ଶିକ୍ଷାନୁଷ୍ଠାନ !ଚାହୁଁ ଚାହୁଁ ଏଗାରଦିନ ହୋଇଗଲା, ଆଉ ଶୁଭୁନି ଗୁରୁଜୀ ଙ୍କ କଣ୍ଠରୁ ସାରଗର୍ଭକ ମହତ ଉପଦେଶ !ଛାତ୍ରଛାତ୍ରୀ ମାନଙ୍କୁ ସ୍ନେହପୂର୍ଣ୍ଣ କଣ୍ଠରେ ଆଉ କେବେ ଗୁରୁଜୀ ଡାକିବେନି ବୋଲି ଶିକ୍ଷାର୍ଥୀଙ୍କ ମହଲରେ ଶୋକର ଛାୟା ଏବେବି ଦେଖାଯାଉଛି ! କିନ୍ତୁ ବିଧିର ବିଧାନ ବିଚିତ୍ର ! ଶତାୟୁ ପୁରୁଷ ପଣ୍ଡିତ ଗୁରୁ ୧୦୧ ବର୍ଷ ବୟସରେ ପରମପ୍ରାପ୍ତି ହୋଇ ତିର୍ତ୍ତୋଲ ଅଞ୍ଚଳ ପାଇଁ ଆଣିଦେଲେ ଦୁଃଖ ଆଉ ଦୁଃଖ !ତାଙ୍କର ସ୍ମୃତି ସ୍ମରଣେ ସଅଁରl ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି ଏକ ସଭା ।ଏହି ସଭାରେ ରାଜ୍ୟ ଜନଗଣନା ବିଭାଗ ର ପ୍ରାକ୍ତନ ନିର୍ଦ୍ଦେଶକ ନିରଞ୍ଜନ ପଣ୍ଡା ସଭାପତିତ୍ବ କରିଥିଲାବେଳେ, ସ୍ବର୍ଗତ ପଣ୍ତିତଙ୍କର ପୁରାତନ ଛାତ୍ର ପ୍ରାକ୍ତନ ପ୍ରଧାନଶିକ୍ଷକ ନରୋତ୍ତମ ଭୂୟାଁ ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚକୁ ସ୍ବାଗତ କରିଥିଲେ। ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପାର୍ଘ୍ୟ ଅର୍ପଣ କରାଯିବା ପରେ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରା ଯାଇଥିଲା।ଖ୍ୟାତନାମା ରାମ ପଣ୍ଡିତେ ଓ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପଣ୍ତିତ କୃପାସିନ୍ଧୁ ଆଚାର୍ଯ୍ୟ ଙ୍କ ନିକଟରେ ସାହିତ୍ୟ ସଂସ୍କୃତ ରେ ଶାସ୍ତ୍ରୀ ଶିକ୍ଷାଲାଭ ସହିତ ଆୟୁର୍ବେଦିକ ଶାସ୍ତ୍ରରେ ମଧ୍ୟ ଉପାଧି ପ୍ରାପ୍ତ ହୋଇଥିଲେ। ତତ୍ କାଳୀନ ମୂଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଦ୍ୱାରା ଗାନ୍ଧୀୟାନ ଏଜୁକେସନ ରେ ବି ଟି ଡିଗ୍ରୀ ହାସଲ କରିବା ପରେ କୋତିଆଁ, ଗୋପାଳ ପୁର, ମାଲଣ୍ଡ ଭାରତୀ ଆଦି ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷାଦାନ କରି ସଂଅରା ସ୍କୁଲ୍ ର ହେଡପଣ୍ତିତ ଭାବେ ତତ୍ କାଳୀନ ପ୍ରଧାନଶିକ୍ଷକ ଅନାମ ଚରଣ ଦାସ ଓ ରଘୁନାଥ ନାୟକ ଙ୍କର ଅନ୍ତରଙ୍ଗ ଘନିଷ୍ଠ ବଂଧୁ ଭାବରେ ପରିଚିତ ଥିଲେବୋଲି ଏହି ସ୍ମୃତି ସ୍ମରଣିକା ସଭା ରେ ଯୋଗଦେଇ ଥିବା ନିମନ୍ତ୍ରିତ ଅତିଥି ଶିକ୍ଷକନେତା ଅକ୍ଷୟ କୁମାର ଦାସ, ପ୍ରାକ୍ତନ ଶିକ୍ଷକ ସୁନାକର ନାୟକ, ଆମ ଗାଆଁ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ଅଲେଖ ଚନ୍ଦ୍ର ବେହେରା , ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ , ଅଜୟ କୁମାର ଦାସ, ରବୀନ୍ଦ୍ର ନାଥ ରାଉତ , ବାବାଜୀ ଚରଣ ସାମଲ , ମନୋଜ କୁମାର ବେହେରା, ପୁର୍ବତନ ସରପଞ୍ଚ ମୃଣ୍ମୟ ସ୍ଵାଇଁ , ମହେନ୍ଦ୍ର କୁମାର ବିଶ୍ବାଳ, ପୂର୍ଣ୍ଣ ଚନ୍ଦ୍ର ବିଶ୍ବାଳ, ରବିନ୍ଦ୍ର ନାଥ ସାହୁ ଓ ଟୁକୁ ଦାସ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରେ ଉପସ୍ଥାପନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସ୍ବର୍ଗତ ପଣ୍ତିତ ଙ୍କ ପୁତ୍ର ତଥା ଦିଲ୍ଲୀ ଆୟକର ବିଭାଗର ମୁଖ୍ୟ କମିଶନର ରବିନାରାୟଣ ଦାଶ , ଶଶି ଭୂଷଣ ଦାଶ, ସୁଧାଂଶୁ ମୋହନ ଦାଶ, ସୁଧୀର ରଞ୍ଜନ ଦାଶ ଓ ପୁତ୍ରୀ କାଞ୍ଚନବାଳl ଦାଶ ଙ୍କ ସମେତ ସମସ୍ତ ଗ୍ରାମବାସୀ ଓ ଆତ୍ମୀୟ ସ୍ୱଜନ ମାନେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!




