Breaking News

ଚେଳିତୋଳ କଲଚରାଲ ଏକାଡେମୀ ର ୩୪ ତମ ବାର୍ଷିକ ଉତ୍ସବ !!

କଟକ ::-ଦୀର୍ଘ ୩୪ ବର୍ଷ ଅତିବାହିତ କରିଥିବା ଚେଳିତୋଳ କଲଚରାଲ ଏକାଡେମୀ ପ୍ରତି ବର୍ଷ ଭଳି ଆୟୋଜନ କରିଥିଲା ସାରସ୍ୱତ ସାଧକ ସାଧିକା ମାନଙ୍କ ପାଇଁ ସମ୍ବର୍ଦ୍ଧନା ଉତ୍ସବ !ଓଡ଼ିଶାର ସବୁ ଜିଲ୍ଲାରୁ ମନୋନୀତ ହୋଇଥିବା ବିଭିନ୍ନ କାର୍ଯ୍ୟ ଦକ୍ଷତା ସମ୍ପନ୍ନ ବ୍ୟକ୍ତି ମାନଙ୍କୁ ଆମନ୍ତ୍ରଣ କରାଯାଇ ଥିବାର ଦେଖିବାକୁ ମିଳିଥିଲା !ତନ୍ମଧ୍ୟରୁ ତିର୍ତ୍ତୋଲ ଅଞ୍ଚଳର ଋତୁପର୍ଣ୍ଣା କଳାସାହିତ୍ୟ ସଂସଦ ର ପ୍ରତିଷ୍ଠାତା ସମ୍ପାଦିକା ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ ଙ୍କୁ ଅନ୍ୟତମ ଅତିଥିଭାବେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା !କଟକ ର ସାରସ୍ୱତ ପୀଠ ସାରଳା ଭବନ ଠାରେ ଆୟୋଜିତ ଏହି ମଞ୍ଚରେ ମୁଖ୍ୟ ଆକର୍ଷଣ ଥିଲେ ଆଧ୍ୟାତ୍ମିକ ଗୁରୁ ପଦ୍ମଶ୍ରୀ ବାବା ବଳିଆ !ବାବାଙ୍କ କରକମଳରେ ମଞ୍ଚ ଉଦଘାଟନ ହୋଇଥିବା ବେଳେ ସ୍ୱାଗତ ଭାଷଣ ଦେଇଥିଲେ ପ୍ରଫେସର ଡଃ. ନିରଞ୍ଜନ ତ୍ରିପାଠୀ !ଏକାଡେମୀର ଏହି ୩୪ ତମ ବାର୍ଷିକ ଉତ୍ସବ ରେ ଏକାଡେମୀର ସର୍ବୋଚ୍ଚ ସମ୍ମାନ ଚେଳିତୋଳ ପୁରସ୍କାର ପ୍ରଖ୍ୟାତ କବି ପ୍ରଫେସର ଡଃ. ରଞ୍ଜିତା ନାୟକ ଙ୍କୁ ମିଳିଥିବା ବେଳେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ବ୍ୟକ୍ତି ଅଶୋକ କୁମାର ମହାନ୍ତି, ଡଃ. ପ୍ରସଂଜିତ ମହାନ୍ତି, ଡଃ. ପ୍ରଭୁ ଚରଣ ମହାନ୍ତି, ପିତାମ୍ବର ତରାଇ, ଅରୁଣ କୁମାର ମନ୍ତ୍ରୀ, ରଞ୍ଜନ କୁମାର ପଣ୍ଡା, ଇଂ. ଶ୍ରୀବତ୍ସ ପ୍ରସାଦ ଚଇନି, କବି କାନ୍ତିବାଳା ନାୟକ, ଶ୍ରୀମତୀ ରାଜଶ୍ରୀ ସ୍ୱାଇଁ, ଚିତ୍ତରଞ୍ଜନ ପରିଜା, ଅବନୀ କାନୁନଗୋ, ପ୍ରେମ ଚନ୍ଦ୍ର ରାଉତ, କେଶବ ଚନ୍ଦ୍ର ଦଳାଇ, ଅଶୋକ କୁମାର ଲେଙ୍କା, ସୁଶ୍ରୀ ଇତିଶ୍ରୀ ସୁତାର ପ୍ରମୁଖ ଙ୍କୁ ମଞ୍ଚ ଉପରେ ସମ୍ମାନିତ ଓ ସମ୍ବର୍ଦ୍ଦିତ କରାଯାଇଥିବାର ଦେଖିବାକୁ ମିଳିଥିଲା !ଅନୁଷ୍ଠାନ ର ସଭାପତି ପ୍ରଫେସର ଡଃ.ନିମାଇଁ ଚରଣ ପରିଜା, ଓ ସମ୍ପାଦକ କୈଳାସ ଚନ୍ଦ୍ର ଦଳାଇ ସଭାର ସାଫଲ୍ୟ ପାଇଁ ନିଜକୁ ଗର୍ବିତ ବୋଲି ସୂଚନା ଦେଇଥିଲେ !!

 

ବ୍ୟୁରୋ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!

Related Articles

Back to top button