Breaking News

ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ, ପୁଣି ଘଣ୍ଟାପଡ଼ା ପୋଲିସ ଜବତ କଲା ଗଞ୍ଜେଇ, ବାଇକ ଜବତ, ଅଭିଯୁକ୍ତ ଫେରାର ,

କଣ୍ଟାମାଳ:-୬/୬/୨୫ ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନରେ ବୌଦ୍ଧ ଜିଲ୍ଲା ପୋଲିସକୁ ବାରମ୍ବାର ସଫଳତା ମିଳୁଛି। ହେଲେ ମଧ୍ୟ ଗଞ୍ଜେଇ ଚୋରାଚାଲାଣ ରୋକିବାରେ ପୋଲିସ ପ୍ରଶାସନକୁ ମାତଦେଇ ଖୁଲୁମଖୁଲ୍ଲା କାରବାର ଚଳାଇଛନ୍ତି।ଏହି କ୍ରମରେ ଘଣ୍ଟାପଡ଼ା ଥାନା ପୋଲିସ ଲଗାତର ଚଢଉ ଜାରି ରଖିଛି। ସୂଚନା ମୁତାବକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଘଣ୍ଟାପଡ଼ା ପୋଲିସ ଗଞ୍ଜେଇ କୁନାସିଲା ରାସ୍ତାରେ ଛକି ରହିଥିଲା। ଅପର ପକ୍ଷରୁ ଆସୁଥିବା ଚୋରାଚାଲାଣକାରୀ ପୋଲିସକୁ ଦେଖି ବାଇକ ଥୋଇ ଚମ୍ପଟ ମାରିଥିଲା। ଫଳରେ ପୋଲିସ୍ ଉକ୍ତ ବାଇକରେ ବନ୍ଧାଯାଇଥିବା ଗଞ୍ଜେଇ ଓ ବାଇକ ଜବତ କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରିବାରେ ୪୭ କେଜି ହୋଇଥିଲା। ଏନେଇ ଘଣ୍ଟାପଡ଼ା ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ନେଇ ଥାନାଧିକାରୀ ମାଧବ ଚନ୍ଦ୍ର ଟାକ୍ରି ସୂଚନା ପ୍ରଦାନ କରିଛନ୍ତି। 

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button