Breaking News

ହିନ୍ଦୋଳ ନିର୍ବାଚନ ମଣ୍ଡଳୀର କୋର କମିଟି ବୈଠକ ଅନୁଷ୍ଠିତ 

 

ଆମ୍ ଆଦମୀ ପାର୍ଟି ହିନ୍ଦୋଳ ନିର୍ବାଚନ ମଣ୍ଡଳୀର କୋର କମିଟି ବୈଠକ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ଵରେ କୁନୂଆ ସ୍ଥିତ ସୁକିଆ ବାଉତି ମନ୍ଦିର ଠାରେ ଜୁନ୍ ୪ ତାରିଖ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ସଙ୍ଗଠନ ସଂପାଦକ ଭରତ କୁମାର ଦାସ ଓ ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଜିତେନ୍ଦ୍ର କୁମାର ବେହେରା ଯୋଗଦେଇ ଭାରତ ବର୍ଷରେ ଆପ୍ ଶାସନର ଆବଶ୍ୟକତା ଓ ଦଳର ନୀତି ଆଦର୍ଶ ବିଷୟରେ ପ୍ରତି ଗାଁରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ l ବିଜେପିର ଅନେକ ନେତା ବଳାତ୍କାର, ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ବୋଲି ଶ୍ରୀ ଦାସ ଜଣାଇଥିଲେ ଏବଂ ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାଣି ଓ ରୋଜଗାରର ରାଜନୀତିକୁ ଘରେ ଘରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ। ଲୋକମାନଙ୍କ ମୌଳିକ ସମସ୍ୟା ସମାଧାନ କରିପାରିଲେ ଲୋକମାନେ ଆପ୍ ଦଳ ସହ ଯୋଡ଼ିହେବେ ବୋଲି ଜିଲ୍ଲା ସଭାପତି କହିଥିବା ବେଳେ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ସମସ୍ତ ଆସନରେ ଲଢ଼ିବା ଉପରେ ଗୁରୁତ୍ଵ ଦେଇଥିଲେ। ଏହି ବୈଠକରେ ସୁମନ୍ତ କୁମାର ଗୋଛାୟତଙ୍କୁ ଅତିରିକ୍ତଭାବେ ହିନ୍ଦୋଳ ବ୍ଲକର ସାଙ୍ଗଠନିକ ଦାୟିତ୍ୱ ଦିଆଯାଇଥିବା ବେଳେ ସେ ନିଜେ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବରେ ଲଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ସେହିପରି ପିତାମ୍ବର ଦାସଙ୍କୁ ଓଡ଼ାପଡ଼ା ବ୍ଲକର ଦାୟିତ୍ୱ ଦିଆଯାଇଥିବା ବେଳେ ସେ ନିଜେ ଜୋନ-୩ ରୁ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ହେମନ୍ତ କୁମାର ବେହେରାଙ୍କୁ ହିନ୍ଦୋଳ ବିଜ୍ଞପିତ ଅଞ୍ଚଳ ପରିଷଦରରେ ସଙ୍ଗଠନ ନିର୍ମାଣ ଦାୟିତ୍ଵ ଦିଯାଇଥିବା ବେଳେ ସେ ନିଜେ ଜୋନ-୨ ରେ ଲଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଜିଲ୍ଲା ମହିଳା ସଭାନେତ୍ରୀ ରୁନୁବାଳା ଚିନ୍ନାରା ନିଜ ଜୋନ-୪ ରେ ଲଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। କୁନୁଆ ପଞ୍ଚାୟତର କର୍ମୀ ଜିତେନ୍ଦ୍ର କୁମାର ସାମଲଙ୍କୁ ହିନ୍ଦୋଳ ଜୋନ-୪ ର ସଭାପତି ଦାୟିତ୍ୱ ଦିଆଯାଇଥିଲା। ଶେଷରେ ଜିଲ୍ଲା ସୋସିଆଲ ମିଡ଼ିଆ ପ୍ରଭାରୀ ସୁମନ୍ତ ଗୋଛାୟତ ଧନ୍ୟବାଦ୍ ଦେଇଥିଲେ।

Related Articles

Back to top button