ପ୍ରକୃତିମିତ୍ର ଭାବେ ବାଲରକ୍ଷl ଭାରତ ସମ୍ମାନିତ


କଣ୍ଟାମାଳ: -୬/୬/୨୫, ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ)
ବୌଦ୍ଧ ଜିଲ୍ଲା ,କଣ୍ଟାମାଳ ବ୍ଲକ୍ ରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ଅନୁଷ୍ଠାନ ବାଲରକ୍ଷା ଭାରତ କଣ୍ଟାମାଳ ବ୍ଲକର ବିଭିନ୍ନ ଗାଁ ,ଗୋଷ୍ଠୀ ତଥା ବିଦ୍ୟାଳୟ ମାନଙ୍କରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଉପରେ ଚାରାରୋପଣ,ଉଜୁଡ଼ା ଜଙ୍ଗଲ ପୁନରୁଦ୍ଧାର,ପରିବେଶ ପରିମଳ ତଥା ଜଳବାୟୁ ପରିବର୍ତ୍ତନ ଉପରେ ବିଭିନ୍ନ ସଚେତନ କାର୍ଯ୍ୟକ୍ରମ କରି ଆସୁଅଛି l ଏହି ସବୁ କାର୍ଯ୍ୟକ୍ରମ ପାଇଁ କଣ୍ଟାମାଳ ଓ ମନମୁଣ୍ଡା ରେଞ୍ଜ,ବନଖଣ୍ଡ ଅଧିକାରୀ ବୌଦ୍ଧ ଏବଂ ସ୍ଥାନୀୟ ବିଧାୟକ ପ୍ରଶଂସା କରିବା ସହିତ ସାଧୁବାଦ ଜଣାଇଛନ୍ତି l ବୌଦ୍ଧ ଜିଲ୍ଲାପାଳ ସୁବ୍ରତ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ପ୍ରକୃତି ମିତ୍ର ପୁରସ୍କାର ପାଇଁ ଜିଲ୍ଲାପାଳ ତଥା ବିଚାରକ ମଣ୍ଡଳୀ ର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ୨୦୨୪-୨୫ ଚୟନ ନିମନ୍ତେ ଯୋଗ୍ୟ ଅନୁଷ୍ଠାନ ଭାବରେ ବାଳରକ୍ଷା ଭାରତ କୁ ପ୍ରକୃତି ମିତ୍ର ପାଇଁ ଚୟନ କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ (ଓୟୁଏଟି) ପରିସରରେ ଥିବା କୃଷି ଶିକ୍ଷା ସଦନ ସିରିପୁର୍ ଠାରେ ରାଜ୍ୟ ସ୍ତରୀୟ ବିଶ୍ଵ ପରିବେଶ ଦିବସ ଓ ପ୍ରକୃତି ମିତ୍ର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଓଡ଼ିଶା ଓ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଗଣେଶ ରାମ ଶିଂଖୁଣ୍ଟିଆ ମାନ୍ୟବର ମନ୍ତ୍ରୀ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଯୋଗ ଦେଇଛନ୍ତି l ରାଜ୍ୟ ସ୍ତରୀୟ ଏହି କାର୍ଯ୍ୟକ୍ରମ ରେ ଯୋଗ୍ୟ ଅନୁଷ୍ଠାନ ଭାବରେ ବାଲରକ୍ଷା ଭାରତ କୁ ଓଡ଼ିଶା ର ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ରାମ ଖୁଣ୍ଟିଆ ଙ୍କ କର କମଳରେ ବାଲରକ୍ଷା ଭାରତକୁ ୨୦, ୦୦୦ ଟଙ୍କା ର ଅର୍ଥରାଶି ସହିତ ମାନପତ୍ର ପ୍ରଦାନ କରାଯାଇଛି l ବlଳରକ୍ଷା ଭାରତ ର ମୁଖ୍ୟ ଶାନ୍ତନୁ ଚକ୍ରବର୍ତ୍ତୀ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ପ୍ରକୃତି ମିତ୍ର ସମ୍ମାନ ରେ ସମ୍ମାନିତ ହେବା ସହିତ ଏହି ଭଳି କାର୍ଯ୍ୟକ୍ରମ ପାଇଁ ପ୍ରଶଂସିତ ହୋଇଛନ୍ତି l ବାଲରକ୍ଷା ଭାରତର ବାସ୍ତବରେ ପ୍ରକୃତି ମିତ୍ର ହୋଇପାରିଛି।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




