Breaking News

ମୋହନା ରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

ମୋହନା :0୬/0୬/୨୫(ସୁବିତ କୁମାର ନାୟକ )ଗଜପତି ଜିଲ୍ଲା ମୋହନା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ସ୍ୱୟଂ ସହାୟକ ମହିଳା ମାନଙ୍କୁ ନେଇ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା କରାଯାଇଥିଲା। ବ୍ଲକ ର ନଅ ଗୋଟି ଗ୍ରୁପ ଏହି ପ୍ରତିଯୋଗିତା ରେ ଭାଗ ନେଇଥିବା ବେଳେ ବିଭିର୍ନ ପ୍ରକାର ଖାଦ୍ୟ ବନାଇବା ସହ ପରିବେଷଣ କରିଥିଲେ। ପ୍ରତିଯୋଗୀତା ରେ ଭାଗ ନେଇଥିବା ମହିଳା ମାନେ କିପରି ସ୍ୱଚ୍ଛତା ରହି ଖାଦ୍ୟ ପରିବେଷଣ କରିବେ ସେଥିପାଇଁ ଜିଲ୍ଲା ସ୍ତରୀୟ ଏକ ପର୍ଯ୍ୟବେଖକ ନିଯୁକ୍ତି କରାଯାଇଥିଲା। ପରେ ମୋହନା ବିଡ଼ିଓ ରାଜୀବ ଦାସ, ଅତିରିକ୍ତ ବିଡ଼ିଓ ରମାକାନ୍ତ ଚୌଧୁରୀ,ସିଡିପିଓ ସବିତା ପଟନାୟକ, ମିଶନ ଶକ୍ତି, ଜୀବିକା ମିଶନ ର କର୍ମଚାରୀ ମାନେ ମିଳିତ ରେ ନଅ ଜଣ ମହିଳା ଗ୍ରୁପ ଙ୍କ ବନାଇଥିବା ଖାଦ୍ୟ କୁ ପରଖିଥିଲେ। ସେଥି ମଧ୍ୟରୁ ତିନୋଟି ଗ୍ରୁପ କୁ ପ୍ରଥମ ଦ୍ୱତୀୟ ଓ ତୃତୀୟ ସ୍ଥାନ ରେ ମାନପତ୍ର ପ୍ରଦାନ କରିବା ସହ କିଛି ଆର୍ଥିକ ସହାୟତା ଦିଆ ଯାଇଥିଲା।

Related Articles

Back to top button