Breaking News

ବ୍ରହ୍ମପୁର ଧର୍ମପ୍ରଦେଶ ତରଫରୁ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ

ମୋହନା :0୬/0୬/୨୫(ସୁବିତ କୁମାର ନାୟକ )ଚଳିତ ୨୦୨୪-୨୫ ଶିକ୍ଷାବର୍ଷ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ବ୍ରହ୍ମପୁର ଧର୍ମପ୍ରଦେଶ ତରଫରୁ ଏକ କ୍ୟାରିଅର କାଉନସିଲିଂ ଏବଂ ଅଭ୍ୟର୍ଥନା କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ମୋହନା ଧର୍ମାଞ୍ଚଳ ଅନ୍ତର୍ଗତ ଅନୁଗ୍ରହ ପୀଠରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ସ୍ଥିତ ମହେନ୍ଦ୍ରଗିରି କଲେଜ ପ୍ରିନ୍ସିପାଲ ଶ୍ରୀମତୀ. ପ୍ରିୟଦର୍ଶିନୀ ପଟ୍ଟନାୟକ ଏବଂ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମୋଟିଭେସନାଲ ସ୍ପିକର ଶ୍ରୀ. ଚନ୍ଦ୍ର ଶେଖର ନାୟକ ବକ୍ତା ଭାବରେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ କିଭଳି ଭାବରେ ନିଜ ନିଜ ଭବିଷ୍ୟତ ଉତ୍ତମ ଭାବରେ ଗଢ଼ି ତୋଳି ସମାଜରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିବେ ତାହା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଧର୍ମାଧ୍ୟକ୍ଷ ଡ. ଶରତ ଚନ୍ଦ୍ର ନାୟକ ଉପସ୍ଥିତ ରହି ସମସ୍ତ କୃତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜ୍ଞାପନ କରିବା ସହ କିଛି ଅର୍ଥରାଶି ଧର୍ମପ୍ରଦେଶ ତରଫରୁ ପ୍ରଦାନ କରିଥିଲେ । ଏହି ବର୍ଷ ଦଶମ ଶ୍ରେଣୀରୁ ୨୯ ଏବଂ ଦ୍ଵାଦଶ ଶ୍ରେଣୀରୁ ୨୦ ସମୁଦାୟ ୪୯ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ଧର୍ମପ୍ରାଦେଶିକ ଶିକ୍ଷା ଆୟୋଗର ନିର୍ଦ୍ଦେଶକ ଫା. ପ୍ରଶାନ୍ତ ଦିଗାଲ ସମ୍ପୂର୍ଣ୍ଣ ଭାବରେ ପରିଚାଳନା କରିଥିବା ବେଳେ ମୋହନା ଧର୍ମାଞ୍ଚଳ ମୁଖ୍ୟ ଯାଜକ ଫା. ଆଇଶାକ ନାୟକ ତଥା ଅନୁଗ୍ରହ ପୀଠର ସଂଯୋଜକ ଫା. ଚିତ୍ତରଞ୍ଜନ ସେନାପତି ସହଯୋଗ କରିଥିଲେ।

Related Articles

Back to top button