Breaking News

କଣ୍ଟାମାଳ ହାଇସ୍କୁଲର ଶିକ୍ଷକ ବନମାଳୀଙ୍କୁ ପ୍ରକୃତି ବନ୍ଧୁ ସମ୍ମାନ

 


କଣ୍ଟାମାଳ: -୬/୬/୨୫, ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଳା ସ୍ତରୀୟ ବିଶ୍ୱ ପରିବେଶ ଦିବସ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ପାଳନ ଅବସରରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ,ଓଡ଼ିଶା ସରକାରଙ୍କ ତରଫରୁ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ହାଇସ୍କୁଲର ସହକାରୀ ଶିକ୍ଷକ ତଥା ବ୍ଲଡ ହିରୋ ବନମାଳୀ ମେହେର ପ୍ରକୃତି ବନ୍ଧୁ ଭାବରେ ପୁରସ୍କୃତ ହୋଇଛନ୍ତି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ବୌଦ୍ଧ ଡିଏଫ୍ଓ ଦେବପ୍ରିୟ କମ୍ପ ଓ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। କଣ୍ଟାମାଳ ବ୍ଲକରେ ବୃକ୍ଷ ରୋପଣ,ମନ୍ଦିର ଐତିହ ସ୍ଥଳୀର ସୁରକ୍ଷା ସହ ବିଭିନ୍ନ ସଚେତନତା ବାର୍ତ୍ତା ଜନସାଧାରଣଙ୍କ ପାଖରେ ପହଞ୍ଚାଇ ପାରିଛନ୍ତି । ସର୍ବୋକୃଷ୍ଟ ବିବେଚିତ ହୋଇଥିବାରୁ ପ୍ରୋତ୍ସାହନ ସ୍ବରୂପ ଦଶ ହଜାର ଟଙ୍କା ପୁରସ୍କାର ସହିତ ପ୍ରମାଣପତ୍ର ଶ୍ରୀବନମାଳୀଙ୍କୁ ପ୍ରଦାନ କରାଯାଇଛି।ପ୍ରକାଶଥାଉକି ବିଗତ ଦିନରେ ଶ୍ରୀମେହେରଙ୍କ ପ୍ରସଂଶନୀୟ କାର୍ଯ୍ଯ ପାଇଁ କଣ୍ଟାମାଳ ବିଦ୍ୟାଳୟ ମହାମହିମ ଓଡ଼ିଶା ରାଜ୍ୟପାଳଙ୍କ ଠାରୁ ରାଜ୍ୟ ଶ୍ରେଷ୍ଠ ଜୁନିଅର୍ ରେଡ଼କ୍ରସ୍ ବିଦ୍ୟାଳୟ ଭାବେ ପୁରସ୍କୃତ ହୋଇଛି ଓ ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ କରି ବିଦ୍ୟାଳୟକୁ ଗୌରବାନିତ୍ଵ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button