Breaking News

ବିଶ୍ବ ପରିବେଶ ଦୀବସ ପାଳନ

ସମଗ୍ର ବିଶ୍ୱ ଆଜି ଭୟଙ୍କର ପରିବେଶ ପ୍ରଦୁଷଣରେ ଜର୍ଜରିତ। ବହୁ ଜୀବ ଜଗତ ସତ୍ତା ହରେଇବାକୁ ବଶିଲାଣି ।ପରିବେଶ ପ୍ରଦୂଷଣ ରୋକା ନଗଲେ ଆଗକୁ ଜନଜୀବନ ଲୋପ ପାଇଯିବ ବୋଲି ଆଜି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବୈରୀ ପକ୍ଷରୁ ଆୟୋଜିତ ପଥପ୍ରାନ୍ତ ନାଟକ ମାଧ୍ୟମରେ କୁନାକୁନି ଛାତ୍ରଛାତ୍ରୀ ମାନେ ଏକ ଅଭିନବ ସଚେତନତା ସୃଷ୍ଟି କରିଥିଲେ। ବିଶେଷ କରି ବ୍ୟାପକ ସବୁଜ ବନାନୀ ସୃଷ୍ଟି ଏବଂ ପଲିଥିନ୍ ବ୍ୟବହାର ରୁ ନିବୃତ୍ତ ରହିବାକୁ ଛାତ୍ରଛାତ୍ରୀ ପ୍ଲାକାଡ୍ ଧରି ଗ୍ରାମ ପରିକ୍ରମା କରିଥିଲେ।ଏହା ସହିତ ବିଦ୍ୟାଳୟ ପରିସରରେ ପରିଚାଳନା କମିଟି ସଭାପତି ପ୍ରଦୋଷ ରଞ୍ଜନ ସାହୁ ଙ୍କ ସଭାପତିତ୍ୱ ରେ ଏକ ବୈଠକ ଅନୁଷିତ ହୋଇଥିଲା।ବରିଷ୍ଠ ଶିକ୍ଷକ ମଙ୍ଗରାଜ୍ ଦାସ୍ ମଞ୍ଚ ପରିଚାଳନ କରିଥିଲେ।ସମ୍ପାଦକ ଭବାନିଶଙ୍କର ଖୁଣ୍ଟିଆ ତାଙ୍କ ବକ୍ତବ୍ୟ ରେ ଏକ ସୁସ୍ଥ ସୁନ୍ଦର ପରିବେଶ ଗଠନରେ ଛାତ୍ରଛାତ୍ରୀ ଙ୍କ ଗୁରୁ ଦାୟିତ୍ୱ ବୋଲି କହିଥିଲେ।ଶେଷରେ କୋଷାଧ୍ୟକ୍ଷ ବିଶ୍ବଜିତ୍ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଛାତ୍ରଛାତ୍ରୀ ଙ୍କ ସହିତ ଗ୍ରାମ ପରିକ୍ରମା କରିଥିଲେ।

Related Articles

Back to top button