Breaking News

ଅନ୍ତର୍ଜାତୀୟ ପର୍ଯ୍ୟାବରଣ ଦିବସ ପାଳିତ।

ଆଦ୍ୟ ତା ୦୫/୦୬/୨୦୨୫ରିଖ ଗୁରୁବାର ଛତିଆ ସଂନିକଟ ଆନନ୍ଦାବଜ଼ାର, କଇଥା ସ୍ଥିତ ନୃସିଂହ ମଠ ପରିସରରେ ପରିବେଶ ସୁରକ୍ଷ୍ୟା ସମିତି ଆନନ୍ଦ ବଜ଼ାର, କଇଥା କଟକ ଓ ସିଦ୍ଧଗିରି ଚାରିଟେବୁଲ ଟ୍ରଷ୍ଟ ଗୋବିନ୍ଦପୁର, ଟାଙ୍ଗୀ, କଟକର ମିଳିତ ଆନୁକୂଲ୍ୟରେ ବିଶ୍ୱ ପର୍ଯ୍ୟାବରଣ ଦିବସ ଅବସରରେ ଏକ ପରିବେଶ ସଚେତନତା ସଭା ଓ ଫଳ ଚାରା ବଣ୍ଟନ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅବସରପ୍ରାପ୍ତ ଶିକ୍ଷକ ପ୍ରତାପ କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ଉଦଘାଟକ ଭାବରେ ମାଳିକା ପ୍ରସିଦ୍ଧ ସିଦ୍ଧଗିରି ଆଶ୍ରମର ମହନ୍ତ ତଥା ସିଦ୍ଧଗିରି ଚାରିଟେବୁଲ ଟ୍ରଷ୍ଟ ର ମାନେଜିଙ୍ଗ ଟ୍ରଷ୍ଟି ବାବାଜୀ ବିଶ୍ୱନାଥ ଦାସ, ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ସେନା ଅଧିକାରୀ ଓ ପରିବେଶବିତ ଶ୍ରୀଯୁକ୍ତ କ୍ଷୀରୋଦ ଜେନା, ମୁଖ୍ୟ ବକ୍ତା ଭାବରେ ଶିକ୍ଷା ବିତ ଓ ବାଦୀପଲ। ମଞ୍ଚ ବିଚାରକ ଶ୍ରୀଯୁକ୍ତ ନିରଞ୍ଜନ ସାହୁ, ସମ୍ମାନିତ ଅତିଥି ଭାବରେ ସାହିତ୍ୟିକ ତଥା ସାମ୍ବାଦିକ ଶ୍ରୀଯୁକ୍ତ ଭକ୍ତଚରଣ ସାହୁ, କଇଥା ଗ୍ରାମପଂଚାୟତ ସରପଞ୍ଚ ଶ୍ରୀମତୀ ଶୈଳବାଳା ବେହେରା, ଚମ୍ପାପୁର ଗ୍ରା. ପ. ସରପଞ୍ଚ ସୁଲୋଚନା ପ୍ରଧାନ, ମାଗୁରା ସରପଞ୍ଚ ରଶ୍ମିରଂଜନ ରାଉତ, କଇଥା ସମିତିସଭ୍ୟ ବନଲତା ଦଳାଇ, ଚମ୍ପାପୁର ସମିତିସଭ୍ୟ ସତ୍ୟବ୍ରତ ବିଶ୍ୱାଳ, କଣ୍ଟୀଗାଡ଼ିଆ ପ୍ରାକ୍ତନ ସରପଞ୍ଚ ଉତ୍ତମ କୁମାର ଦାସ, ସମାଜସେବୀ ଆଶିଷ ପତି, ଓଷ୍ଟା ସମ୍ପାଦକ ଯାଜପୁର ଶ୍ରୀଯୁକ୍ତ ସତ୍ୟବାଦୀ ପଣ୍ଡା,ଆମ ଓଡିଶା ଆମ ପରିବାରର ଶ୍ରୀଯୁକ୍ତ ଗୟାଧର ଦାସ, ପ୍ରକାଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦାନ କରି ପରିବେଶ ସୁରକ୍ଷା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ଅନୁଷ୍ଠାନ ତରଫରୁ ଶ୍ରୀ ଦିଲୀପ ରାଉତ ଅତିଥି ପରିଚୟ, ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସଭା ସଂଯୋଜନା କରିଥିଲେ l ଶେଷରେ ଗୟାଧର ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ l ଅନୁଷ୍ଠାନ ତରଫରୁ ସର୍ବଶ୍ରୀ ଜ୍ୟୋତି ପ୍ରକାଶ ନାଥ,ସୁମନ୍ତ ମହାନ୍ତି, ପବିତ୍ର ଦାସ, ରଂଜିତ ପଟ୍ଟନାୟକ, ମନୋରଞ୍ଜନ ସ୍ୱାଇଁ, ମାୟାଧର ବାରିକ,ନାରାୟଣ ବାରିକ, ଅମ୍ବିକା ସାହୁ, ନବୀନ ବେହେରା, ମାୟାଧର ବାରିକ, କ୍ଷୀରୋଦ ସ୍ୱାଇଁ, ଶରତ ସ୍ୱାଇଁ, ବୀରକିଶୋର ଦାସ, ପ୍ରଶାନ୍ତ ନାୟକ, କ୍ଷେତ୍ରବାସୀ ସେଠି, ବିଷ୍ଣୁ ସ୍ୱାଇଁ କୁନା ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ଏହି ଉତ୍ସବରେ ଏକ ହଜାର ଫଳ ଚାରା ବଣ୍ଟନ କରାଯାଇଥିଲା l

Related Articles

Back to top button