ନେସନ ପରିସରରେ ଡାଳିଯୋଡ଼ା ବନାଞ୍ଚଳ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ।


ବିଶ୍ୱ ପରିବେଶ ଦିବସ ଅବସରରେ ବୈରୀ ସ୍ଥିତ ଡାଳିଯୋଡ଼ା ବନାଞ୍ଚଳ ପକ୍ଷରୁ ସମିଆ ସ୍ଥିତ ନେସନ ଶିଶୁ ଯତ୍ନ କେନ୍ଦ୍ର ଠାରେ ପରିବେଶ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ବିଧାୟକ ଅମର କୁମାର ନାୟକ ଯୋଗଦେଇ ବିଶ୍ୱ ପରିବେଶ ଦିବସ ଅବସରରେ ଆମ୍ଭେ ମାନେ ସମସ୍ତେ ପ୍ରତେକ ସ୍ଥାନ ମାନଙ୍କ ରେ ବିଭିନ୍ନ ପ୍ରଜାତି ର ବୃକ୍ଷ ଲଗାଇବା ସହ ପରିବେଶ କୁ ସର୍ବଦା ପରିଚନ୍ହ ରଖି ଆଜିର ସମାଜ ରେ ସୁସ୍ଥ ବାତା ବରଣ ସୃଷ୍ଟି କରିବା ପାଇଁ ଜଙ୍ଗଲ ବିଭାଗ ଓ ସମସ୍ତ ଜନ ସାଧାରଣ ଙ୍କୁ ନିବେଦନ କରିଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବେ ଡ଼ କୃଷ୍ଣ ଚନ୍ଦ୍ର ରାୟ, ସମ୍ମାନିତ ଅତିଥି ଭାବେ କଟକ ବନଖଣ୍ଡ ଅଧିକାରୀ ଅନିଲ କୁମାର ରାୟ, ନେସନ ର ସଭାପତି ରାଜା ସାହେବ, ସର୍ବେଶ୍ୱର ସାମଲ, ସରପଞ୍ଚ ବେଣୁଧର ବିଶ୍ୱାଳ ପ୍ରମୁଖ ଯୋଗଦେଇ ଆଜିର ସମାଜ ରେ ଜନସାଧାରଣ ଙ୍କ ସୁରକ୍ଷା ପାଇଁ ବୃକ୍ଷ ରୋପଣ ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ। ସମିଆ ପଞ୍ଚାୟତ ର ସରପଞ୍ଚ ବିଶ୍ୱ ବିଜୟୀ ବ୍ରହ୍ମ ଏଥିରେ ସଭାପତିତ୍ୱ କରିଥିବା ବେଳେ ଅନୁଷ୍ଠାନ ର ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଆଲୋଚନା ପରେ ବିଧାୟକ ଓ ଜଙ୍ଗଲ ବିଭାଗ ପକ୍ଷରୁ ବୃକ୍ଷ ରୋପଣ କରାଯାଇଥିଲା ଏହି କାଯ୍ୟକ୍ରମ ରେ ଜଙ୍ଗଲ ବିଭାଗ ଓ ସ୍ଥାନୀୟ ଅଞ୍ଚଳ ର ବହୁ ଜନ ସାଧାରଣ ଯୋଗଦେଇଥିଲେ।




