Breaking News

ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଜିଲ୍ଲା ପରିବେଶ ସମିତି ପକ୍ଷରୁ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ

ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଜିଲ୍ଲା ପରିବେଶ ସମିତି ପକ୍ଷରୁ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ବାରିପଦା ବନଖଣ୍ଡ କାର୍ଯ୍ୟାଳୟ ର ସଂକଳ୍ପ ହଲ ରେ ଆୟୋଜନ କରଯାଇଥିଲା। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ର ନିର୍ଦେଶକ ତଥା RCCF ଡକ୍ଟର ପ୍ରକାଶ ଚାନ୍ଦ ଗୋଗିନେନି,IFS, ଙ୍କ ଅଧ୍ୟକ୍ଷତା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା,ଅତିରିକ୍ତ
ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ବାରିପଦା ବନଖଣ୍ଡ ଅଧିକାରୀ ଏ ଉମା ମହେଶ, ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶିବ ପ୍ରସାଦ ରଥ, Excise Superintendent ପ୍ରଶାନ୍ତ କୁମାର କହଁର, ପରିବେଶ ସମିତି ର ଉପସଭାପତି ବିଜୟ ଅଗ୍ରୱାଲ ପରିବେଶ ସମିତି ର ଯୁଗ୍ମ -ସମ୍ପାଦକ ବିବେକାନନ୍ଦ ପଟ୍ଟନାୟକ ଯୋଗଦାନ କରି ଅଭିଭାଷଣ ପ୍ରଦାନ କରିଥିଲେ।ACF ମେହେରବାନ ଅଲି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଅତିଥି ମାନଙ୍କ ଅଭିଭାଷଣ ପରେ ପରିବେଶ କୁ ନେଇ କରାଯାଇଥିବା ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗୀ ମାନକୁ ପୁରସ୍କାର ବିତରଣ କରାଯାଇଥିଲା। ବିଶ୍ୱପରିବେଶ ଦିବସ ଉପଲକ୍ଷେ ପରିବେଶ ରେ କାମ କରୁଥିବା ଜିଲ୍ଲା ର ୧୭ ଜଣ ବ୍ୟକ୍ତି ଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପିଠାବଟା ରେଞ୍ଜ ଅଧିକାରୀ ଶ୍ରଧେୟ ମନ୍ତ୍ରୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

Related Articles

Back to top button