ଟ୍ରକ୍କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍; ଜଣେ ମୃତ, ୩ ଗୁରୁତର


କଳାହାଣ୍ଡି ଜିଲ୍ଲା ଭବାନୀପାଟଣା: ଟ୍ରକ୍କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍; ଜଣେ ମୃତ, ୩ ଗୁରୁତର
ଟ୍ରକ୍କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍; ଜଣେ ମୃତ,୩ ଗୁରୁତର
ଭବାନୀପାଟଣା ଟ୍ରକ୍କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍ । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣ ଗୁରୁତର ହୋଇଛନ୍ତି । ବସ୍ଟି ଭୁବନେଶ୍ୱରରୁ ଉମରକୋଟ ଯାଉଥିବା ବେଳେ
ଭବାନୀପାଟଣା-କୋରାପୁଟ ଜାତୀୟ ରାଜପଥ ୨୬ ଜୁନାଗଡ଼ ଥାନା ଚାରବାହଲ ଛକ ନିକଟରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ଗୁରୁବାର ଏକ ଯାତ୍ରୀବାହୀ ବସ୍ ଭୁବନେଶ୍ୱରରୁ ଉମରକୋଟ ଯାଉଥିଲା । ରାତି ୩ଟା ୩୦ରେ
ଭବାନୀପାଟଣା-କୋରାପୁଟ ଜାତୀୟ ରାଜପଥ ୨୬ ଜୁନାଗଡ଼ ଥାନା ଚାରବାହଲ ଛକ ନିକଟରେ ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ବସ୍ରେ ଥିବା ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ଏବଂ ଆଉ ୩ ଜଣ ଗୁରୁତର ହୋଇଥିଲେ । ସମସ୍ତ ଗୁରୁତରଙ୍କୁ ଜୁନାଗଡ଼ ହସ୍ପିଟାଲକୁ ନେଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। ଭବାନୀପାଟଣ ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ




