Breaking News

କଳାହାଣ୍ଡିରେ ଜଙ୍ଗଲ ଜମି ଶିରୋନାମା ପାଇଥୂବା ଆଦିବାସୀଙ୍କୁ ଚାଷରେ ବାଧା, ଫରେଷ୍ଟ ଗାର୍ଡଙ୍କ ବିରୋଧରେ ଡିଏଫଓଙ୍କ ନିକଟରେ ଅଭିଯୋଗ

 

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ରିସିଗାଁ ଗ୍ରାମ ପଞ୍ଚାୟତର ମୁଣ୍ଡାପଲାରେ ଜଙ୍ଗଲ ଜମି ଶିରୋନାମା ପାଇଥିବା ୧୭ ଜଣ ଆଦିବାସୀଙ୍କୁ ଚାଷ କରିବାରେ ବାଧା ଦେଇ ଫରେଷ୍ଟ ଗାର୍ଡଙ୍କ ଦ୍ବାରା ହଇରାଣ କରାଯାଉଥ‌ିବା ଅଭିଯୋଗ ଗ୍ରାମବାସୀ ଉଠାଇଛନ୍ତି। ଜଙ୍ଗଲ ଅଧୂକାର ଆଇନ-୨୦୦୬ ଅନୁଯାୟୀ, ସୁମନୁ ମାଝୀ, ମଦନ ମାଝୀ, ଜୟ ମାଝୀ, ଟିକନୁ ମାଝୀ, ସୁରେନ୍ଦ୍ର ମାଝୀ, ସାନ କୁମାର ମାଝୀ, ସାଦୀଙ୍ଗ ମାଝୀ, ରାମ ମାଝୀ, ଲଖଣ ମାଝୀ (କ), ଲଖଣ ମାଝୀ (ଖ), କୁଆଁରା ମାଝୀ, ଟିଙ୍କୁ ମାଝୀ, ରାଜୁ ମାଝୀ ପ୍ରମୁଖ ପ୍ରାୟ ୧୫ ବର୍ଷ ଧରି ଶିରୋନାମା ପାଇଥିବା ଜମିରେ ଚାଷ କରି ଜୀବିକା ନିର୍ବାହ କରୁଛନ୍ତି। କିନ୍ତୁ ଚଳିତ ବର୍ଷ ଫରେଷ୍ଟ ଗାର୍ଡ ମିନା ନାୟକ ଏହି ଆଦିବାସୀମାନଙ୍କୁ ଜଙ୍ଗଲଙ୍କ ଜମିରେ ଚାଷ କରିବାକୁ ବାରଣ କରିଛନ୍ତି। ଏହାର ପ୍ରତିବାଦରେ ମୁଣ୍ଡାପଲା ଜଙ୍ଗଲ ଅଧୂକାର କମିଟି ଉତ୍ତର ବନଖଣ୍ଡ ଅଧୂକାରୀ ରମେଶ କୁମାର ବିଷୋଇଙ୍କ ନିକଟରେ ଅଭିଯୋଗ ଦାଖଲ କରି ତଦନୁ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଡିଏଫଓ ବିଷୋଇ ଏହାର ତଦନ୍ଧ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷରେ, ଜଙ୍ଗଲ ଜମି ଶିରୋନାମା ପାଇଥିବା ବ୍ୟକ୍ତିଙ୍କୁ ରାଜସ୍ବ ପଟ୍ଟା ପ୍ରଦାନ ପାଇଁ ସରକାରୀ ନିର୍ଦେଶ ଥିଲେ ମଧ୍ୟ, ଏହା କାର୍ଯ୍ୟକାରୀ ହେଉନାହିଁ।

ମୁଣ୍ଡାପଲା ଜଙ୍ଗଲ ଅଧୂକାର କମିଟିର ୧୭ ଜଣଙ୍କ ଶିରୋନାମାକୁ ରାଜସ୍ବ ପଟ୍ଟାରେ ରୂପାନ୍ତର ପାଇଁ ଗତ ଅକ୍ଟୋବର ମାସରୁ କଳାହାଣ୍ଡି ତହସିଲଦାରଙ୍କ କାର୍ଯ୍ୟାଳୟରେ ଫାଇଲ ପଡ଼ି ରହିଛି, ଯାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ଗ୍ରାମବାସୀଙ୍କ ଅଭିଯୋଗ, ସରକାର ଆଦିବାସୀଙ୍କ ଅଧୂକାର ସୁରକ୍ଷା କଥା କହୁଥିଲେ ମଧ୍ୟ, ବିଭାଗୀୟ ଅଧୂକାରୀମାନେ ସରକାରୀ ନିର୍ଦେଶକୁ ଅମାନ୍ୟ କରୁଛନ୍ତି। ଜିଲ୍ଲାସ୍ତରୀୟ ଜଙ୍ଗଲ ଅଧୂକାର କମିଟିର ଭୂମିକା ମଧ୍ୟ ସନ୍ଦେହଜନକ ରହିଛି। ସୁରେନ୍ଦ୍ର ମାଝୀ, ସାଦୀଙ୍ଗ ମାଝୀ ପ୍ରମୁଖ ଯଥାଶୀଘ୍ର ଉଚିତ ପଦକ୍ଷେପ ଗ୍ରହଣ ନ ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଭବାନୀପାଟଣ ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button