Breaking News

ଜିଲ୍ଲାସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳିତ


ଭବାନୀପାଟଣା :କଳାହାଣ୍ଡି ଜିଲ୍ଲାସ୍ତରୀୟ ବିଶ୍ଵ ପରିବେଶ ଦିବସ ଆଜି ଭବାନୀପାଟଣା ନିକଟସ୍ଥ ମେଦିନୀପୁର ଉଚ୍ଛ ବିଦ୍ୟାଳୟଠାରେ ଜଙ୍ଗଲ,ଅବକାରୀ ଓ ଶିକ୍ଷା ବିଭାଗ ର ମିଳିତ ଆନୁକୂଲ୍ୟରେ ପାଳିତ ହୋଇଥିଲା । ଏହି ଜିଲ୍ଲାସ୍ତରୀୟ ସମାରୋହରେ ମୁଖ୍ୟ ଅତିଥିଭାବେ ବନଖଣ୍ଡ ଅଧିକାରୀ (ଦକ୍ଷିଣ) ଆର୍. କଲାଇବନାନ୍ ସମ୍ମାନୀତ ଅତିଥିଭାବେ ବନଖଣ୍ଡ ଅଧିକାରୀ (ଉତ୍ତର) ରମେଶ କୁମାର ବିସ୍ନୋଇ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ପ୍ରୋବେଶନ) ଅନିମେଶ ପ୍ରଧାନ, ଡି.ଏଲ.ଏସ.ଏ. ସଚିବ ସ୍ନିଗ୍ଧା ପଣ୍ଡା, ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକ, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପକ ଅଧିକାରୀ ହଲଧର ନିଆଲ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ, ନିର୍ବାହୀ ଅଧିକାରୀ ପୌରପାଳିକା ପ୍ରଦୀପ କୁମାର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ବିଶ୍ଵାଳ ଯୋଗ ଦେଇଥିଲେ । ପରିବେଶ ପ୍ରତି ଆମ୍ଭମାନଙ୍କର ଦାୟିତ୍ଵ ଏବଂ କର୍ତ୍ତବ୍ୟ ବୋଧ ସମ୍ବନ୍ଧୀୟ ସ୍ମରଣ କରାଇବା ଏବଂ ପ୍ରଦୂଷଣର ଭୟାବହତା ଓ ପ୍ରତିକାର ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁନ୍ ୫ ତାରିଖକୁ ବିଶ୍ଵ ପରିବେଶ ଦିବସ ରୂପେ ପାଳନ କରାଯାଇଆସୁଅଛି । ବିଶ୍ଵ ପରିବେଶ ଦିବସ ୨୦୨୫ ବିଷୟ ବସ୍ତୁ ପ୍ଲାଷ୍ଟିକ ପ୍ରଦୂଷଣକୁ ପ୍ରତିହତ କରନ୍ତୁ । ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ପ୍ଲାଷ୍ଟିକର ଅପବ୍ୟବହାର ଏବଂ ବିଶ୍ଵ ସ୍ତରରେ ଜୀବଜଗତ ସହ ମାନବ ସ୍ଵାସ୍ଥ୍ୟ ଉପରେ ଏହାର ବିନାଶକାରୀ ପ୍ରଭାବକୁ ମୂଳପୋଚ କରିବାର ଆବଶ୍ୟକତାକୁ ଗୁରୁତ୍ଵ ପ୍ରଦାନ କରିବା ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ । ଏହି ଅବସରରେ ବୃକ୍ଷରୋପଣ କାର୍ଯ୍ୟର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରକୃତି ବନ୍ଧୁ ଓ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଏ. ସି. ଏଫ୍. ଲିଲି ଅମାନତ୍ୟ ପରିଚାଳନା କରିଥିବା ବେଳେ ଏ. ସି. ଏଫ୍. ପ୍ରଭୁଦତ୍ତ ଅଂଶୁମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସଚେତନତା କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିସର ମଧ୍ୟରେ ଅତିଥିମାନଙ୍କ ଦ୍ବାରା ବୃକ୍ଷରୋପଣ ଓ ନିଶା ନିବାରଣ “ଆମର ସଙ୍କଳ୍ପ ନିଶା ନୂହେଁ ଜୀବନ” କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଭବାନୀପାଟଣ ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button