Breaking News
କୁଲୁତାଯୋର ପ୍ୟାକ୍ସରେ ଧାନମଣ୍ଡି ଉଦଘାଟିତ


କଣ୍ଟାମାଳ: -୪/୬/୨୫ ସମର୍ଥ ନିୟୁଜ’ (ପ୍ରଭାତ କୁମାର ସାହୁ)ଚଳିତବର୍ଷର ରବି ଋତୁର ଧାନ କ୍ରୟ ପାଇଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କୁଲୁତାଯୋର ପ୍ୟାକ୍ସରେ ଧାନମଣ୍ଡିର ଶୁଭଉଦଘାଟନ ହୋଇଯାଇଛି।ପ୍ୟାକ୍ସର ସଂପାଦକ ସୁଦାମ ରଣାଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ସରପଞ୍ଚ ଚୁମୁକି ଭୋଇ,ପ୍ୟାକ୍ସର ସଭାପତି ହିମାଚଳ ରଣା, ଅନ୍ନପୂର୍ଣ୍ଣା ରାଇସ ମିଲର ମାଲିକ କରୁଣାକର ସାହୁ ଅତିଥିଭାବେ ଯୋଗଦେଇ ପୂଜାର୍ଚ୍ଚନା ପରେ ଶ୍ରୀଫଳ ବାଡ଼େଇ ଉଦଘାଟନ କରିଥିଲେ। ଶେଷରେ ଚାଷୀଙ୍କଠାରୁ ଧାନ କ୍ରୟ କରାଯାଇଥିଲା। ଉକ୍ତ ଉଦଘାଟିତ ମଣ୍ଡିରେ ଅତିଥିମାନଙ୍କ ସହ ପ୍ୟାକ୍ସର ନିର୍ଦ୍ଦେଶକଗଣ,ଚାଷୀକମିଟୀର ସଦସ୍ୟ ଓ ଚାଷୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟରେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ’




