ମନମୁଣ୍ଡା ସୁବର୍ଣ୍ଣମେରୁ ମନ୍ଦିର ଅବ୍ୟବସ୍ଥା ନେଇ ସାମ୍ବାଦିକ ସମ୍ମିଳନୀ


କଣ୍ଟାମାଳ: -୪/୦୬/୨୫ ସମର୍ଥ ନିୟୁଜ( ପ୍ରଭାତ କୁମାର ସାହୁ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡାରେ ଅବସ୍ଥିତ ସର୍ବ ପୁରାତନ ସୁବର୍ଣ୍ଣମେରୁ ମନ୍ଦିର ଦେବୋତ୍ତର ସ୍ବୀକୃତି ପ୍ରାପ୍ତ ହୋଇଥିଲେ ମଧ୍ୟ ମନ୍ଦିର ଏବେ ଅବହେଳିତ ଅବସ୍ଥାରେ ପଡିରହିଛି । ମନ୍ଦିର ର ଦୈନନ୍ଦିନ ରିତି ନୀତିକାନ୍ତି ପାଇଁ ଗୋଟିଏ ପରିଚାଳନା କମିଟୀ ଗଠନ କରଯାଇଥୁଲା | କିନ୍ତୁ କମିଟୀ ର ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ବର୍ତ୍ତମାନ ମନ୍ଦିର ରେ ସମସ୍ତ ପ୍ରକାର ଅବ୍ୟବସ୍ଥା ଲାଗି ରହିଛି । ସେଥିପାଇଁ ଆଜି ସୁବର୍ଣ୍ଣମେରୁ ମନ୍ଦିରରେ ଅଞ୍ଚଳ ବାସୀ ଆଲୋଚନା କରି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମନ୍ଦିର ର ପାଚେରି ଦୀର୍ଘ ଦିନରୁ ଭାଙ୍ଗି ଯାଇଥିଲେ ମଧ୍ୟ ପରିଚାଳନା କମିଟୀ ର ମନମୁଖୀ କାର୍ଯ୍ୟ ଯୋଗୁଁ ଉକ୍ତ ପାଚେରି ନିର୍ମାଣ ହୋଇପାରୁ ନାହିଁ | ଯାହା ଦ୍ବାରା ମନ୍ଦିର ଭିତର ବୁଲା କୁକୁର, ଗାଈ, ଘୁଷୁରୀ ଓ ଅସାମାଜିକ ବ୍ୟକ୍ତି ଙ୍କ ଆଡ୍ଡା ସ୍ଥଳି ପାଲଟିଛି । ମନ୍ଦିରର ପ୍ରାୟତ ୨୫ ଏକର ଜମି ଚାଷ ହେଉଥିଲେ ମଧ୍ଯ ମନ୍ଦିରରେ କୌଣସି ଦିନ ଅନ୍ନ ଭୋଗ ଲାଗିପାରୁ ନାହିଁ । ଚାଷ ଜମି ଓ ମନ୍ଦିର ଜମିରେ ଅବସ୍ଥିତ ଥିବା ଷ୍ଟଲ ଗୁଡିକର କର ଆଦାୟ କରାଯାଉଛି ସତ କିନ୍ତୁ ଦୀର୍ଘ ବର୍ଷ ହେବ କୌଣସି ପ୍ରକାର ଆୟ ବ୍ୟୟର ହିସାବ ଲୋକ ଲୋଚନକୁ ଅଣାଯାଉନାହିଁ | ମନ୍ଦିର ର କୌଣସି ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ ହେଉନାହିଁ | ସେଥିପାଇଁ ସୁବର୍ଣ୍ଣ ପାଲି ଓ ମନମୁଣ୍ଡା ଲୋକଙ୍କ ସହ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ଜିଲ୍ଲା ପ୍ରସାଶନ ଓ ଦେବୋତ୍ତର ବିଭାଗ ଏହାର ଉପଯୁକ୍ତ ତଦନ୍ତ କରି ୧୫ ଦିନ ମଧ୍ୟରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଗ୍ରାମବାସୀ ସୂଚନା ଦେଇଛନ୍ତି ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




