Breaking News

ଅବସରପ୍ରାପ୍ତ ବୀର ଯବାନ ଙ୍କୁ ଜନ୍ମଭୂମିରେ ଉଚ୍ଛସ୍ୱିତ ସ୍ୱାଗତ ଓ ସମ୍ବର୍ଦ୍ଧନା

 

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅଞ୍ଚଳ ର ଭାସ୍କର ବେହେରା ଙ୍କ ସୁପୁତ୍ର BSF ଯବାନ ଚିତ୍ତ ରଞ୍ଜନ ବେହେରା ଦୀର୍ଘ 24 ବର୍ଷ ଦେଶ ମାତୃକା ର ସେବା କରି ଅବସର ନେଇ କର୍ମଭୂମି ରୁ ଫେରିଛନ୍ତି ନିଜ ଜନ୍ମଭୂମି କୁ l ତାଙ୍କୁ ଉଚ୍ଚସ୍ୱିତ ସମ୍ବର୍ଦ୍ଧନା ଜଣାଇ ସମ୍ମାନ ର ସହ ବହୁ ଆଡମ୍ବରରେ ପାଛୋଟି ନେଇଛନ୍ତି ଅଞ୍ଚଳବାସୀ l ଜଣେ ଅବସରପ୍ରାପ୍ତ ବୀର ଯବାନ ଙ୍କୁ ଏପରି ସ୍ୱାଗତ ସମ୍ବର୍ଦ୍ଧନା ଅତ୍ୟନ୍ତ ନିଆରା ଏବଂ ଏହା ସମସ୍ତ ବୀର ଯବାନ ମାନଙ୍କୁ ନିଶ୍ଚିତ ଉତ୍ସାହିତ କରିବ l ପୁଷ୍ପରେ ସୁସଜିତ ଏକ ଖୋଲା ଜିପ ରେ ଭବାନୀପାଟଣା କଲେଜ ଛକ ଠାରୁ ନୂଆପଡା ଘର ପର୍ଯ୍ୟନ୍ତ ବାଇକ ରାଲି କରି ଅଂଚଳବାସୀ ଭବ୍ୟ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇଥିଲେ l

ଅଲ ଷ୍ଟାର କ୍ରିକେଟ କ୍ଳବ ତରଫରୁ ସଭାପତି କୁନାଲ ବେହେରା, ସୁଧାଂଶୁ ନାଏକ, ଟୁକୁ ପଣ୍ଡା, ଚନ୍ଦନ ପଣ୍ଡା,ଦୀପକ ପାଣିଗ୍ରାହୀ, ସାଗର ସାହୁ ପ୍ରମୁଖଙ୍କର ନେତୃତ୍ୱ ରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଭବାନୀପାଟଣ ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button