ଜଗବନ୍ଧୁ ସାର ଚାଲିଗଲେ


ବଡ଼ଚଣା ବ୍ଲକ ନେଳିଆ ପଂଚାୟତ ପଦ୍ମ ନାଭ ପୁର ଗ୍ରାମ ର ଆଦର୍ଶ ଶିକ୍ଷକ ଜଗବନ୍ଧୁ ପାତ୍ର(75) ଆଉ ଇହ ଜଗତରେ ନାହାନ୍ତି,ଉଚ୍ଚ ରକ୍ତ ଚାପ ଯୋଗୁ ଦୀର୍ଘ ଏକ ମାସ ହେବ ଶଯ୍ୟା ସାଇ ଥିଲେ, କଟକ ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ହୋଇଥିଲା,ସ୍ବର୍ଗତ ପାତ୍ର ନିକଟ ମାଗୁରା ମାଇନର ସ୍କୁଲ ର ପ୍ରଧାନ ଶିକ୍ଷକ ଥିଲେ, ଚାକିରୀ ଜୀବନ ସେହିଠାରୁ ଆରମ୍ଭ ହୋଇ ସେହି ଠାରେ ଶେଷ ହୋଇଥିଲା, ଜଣେ ଛାତ୍ର ଵସ୍ଚଳ, ଗ୍ରାମ ମୁରବି, ପରୋପକାରୀ, ଓ ଦରଦୀ ମଣିଷ ଭାବରେ ସେ ସ୍ଥାନୀୟ ଅଂଚଳ ରେ ବେଶ ପରିଚିତ ଥିଲେ,ବିଭିନ୍ନ ଅନୁଷ୍ଠାନ ଗଢିବାରେ ସେ ସିଦ୍ଧ ହସ୍ତ ଥିଲେ, ତେଣୁ ତାଙ୍କ ମର ଶରୀର କୁ ଶୋଭାଯାତ୍ରା କରି ଗ୍ରାମ ପରିକ୍ରମା କରାଯାଇଥିଲା, ପୁରୀ ସ୍ୱର୍ଗ ଦ୍ୱାର ରେତାଙ୍କର ଶେଷ କୃତ୍ୟ ସମ୍ପର୍ଣ କରାଯାଇଥିଲା, ବଡ଼ ପୁଅ ଅଧ୍ୟାପକ ଡକ୍ଟର ନିରଞ୍ଜନ ପାତ୍ର ମୁଖାଗ୍ନି ଦେଇଥିଲେ,ତାଙ୍କ ମୃତୁ ଖବର ଶୁଣି ସ୍ଥାନୀୟ ସରପଞ୍ଚ ଜୟନ୍ତୀ ସ୍ୱାଇଁ ସମିତି ସଭ୍ୟ ପ୍ରତିନିଧି ଧନେଶ୍ୱର ବେହେରା ସମାଜ ସେବୀ ଅନନ୍ତ ଚରଣ ସେଣ୍ଡ ଛତିଆ ଆଞ୍ଚଳିକ ବରିଷ୍ଟ ନାଗରିକ ମଞ୍ଚ ର ସମସ୍ତ ସଭ୍ୟ ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କ ୍ଗଗୋପ ପୁର ସ୍ଥିତ ବାସ ଭବନ ରେ ପହଂଚି ଶେଷ ଦର୍ଶନ କରିଥିଲେ,ଶୋକ ସନ୍ତପ୍ତ ପରିବାର ଙ୍କୁ ସମ ବେଦନା ଜଣାଇଥିଲେ,




