Breaking News

ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନରେ ପୁଣି ଘଣ୍ଟାପଡ଼ା ପୋଲିସ ଜବତ କଲା ଗଞ୍ଜେଇ,୨ଜଣ ମାଫିଆ ଗିରଫ,

କଣ୍ଟାମାଳ:-୩/୬/୨୫ ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନରେ ବୌଦ୍ଧ ଜିଲ୍ଲା ପୋଲିସକୁ ବହୁତ ସଫଳତା ମିଳିଛି। ଏହି କ୍ରମରେ ଘଣ୍ଟାପଡ଼ା ଥାନା ପୋଲିସ ଲଗାତର ଚଢଉ ଜାରି ରଖିଛି। ସୂଚନା ମୁତାବକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଘଣ୍ଟାପଡ଼ା ପୋଲିସ ଗଞ୍ଜେଇ ଚୋରାଚାଲାଣ ପାଇଁ ପ୍ୟାକେଡ଼ ହେଉଥିବା ସମୟରେ ଗୁଣୁଚିତରା ରାସ୍ତା ନିକଟ ଜଙ୍ଗଲରେ ମାଡ଼ିବସିଲା ପୋଲିସ। ସେହି ସ୍ଥଳରୁ ହିଁ ଚୋରାଚାଲାଣ ପାଇଁ ପ୍ରସ୍ତୁତ ଗଞ୍ଜେଇ ବସ୍ତା ସହ ୨ଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲା ପୋଲିସ।ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରିବାରେ ୪୦ କେଜି ହୋଇଥିଲା। ଏନେଇ ଘଣ୍ଟାପଡ଼ା ଥାନାରେ ଏକ ମାମଲା ରୁଜୁ କରି ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ତାଙ୍କଠାରୁ ଦୁଇଟି ମୋବାଇଲ ଫୋନ ମଧ୍ୟ ଜବତ ହୋଇଥିବା ନେଇ ଥାନାଧିକାରୀ ମାଧବ ଚନ୍ଦ୍ର ଟାକ୍ରି ସୂଚନା ପ୍ରଦାନ କରିଛନ୍ତି। ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଧିନ ଗୋଶାଳା (କଦମପଡ଼ା)ର ସାଗର ସୁନା (୨୦) ଓ ଉକ୍ତ ଥାନା ଅଧିନ ଟପର୍ଣ୍ଣା ଗାଁର ସୁମନ୍ତ ମହାନନ୍ଦ (୨୪) |

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button