ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ, ଘଣ୍ଟାପଡ଼ା ପୋଲିସର ଚଢ଼ାଉ,ବାଇକ ସହ ଗଞ୍ଜେଇ ଜବତ, ଜଣେ ଗିରଫ


କଣ୍ଟାମାଳ: -, ୧।୬।୨୫ ସମର୍ଥ ନିୟୁଜ(ପ୍ରଭାତ କୁମାର ସାହୁ): ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନରେ ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନାକୁ ପୁଣି ସଫଳତା । ଘଣ୍ଟାପଡା ଥାନା ପକ୍ଷରୁ ଚଢ଼ଉ କରାଯାଇ ୧୧କେଜି ଗଞ୍ଜେଇ ଜବତ କରିବା ସହିତ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ କରାଯାଇଛି l ସୂଚନା ପ୍ରକାରେ ଘଣ୍ଟାପଡା ପୋଲିସ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ସୁର୍କାଭଟା ଗ୍ରାମ ପାଖରେ ଜଣେ ବ୍ୟକ୍ତିକୁ ଅଟକାଇ ଯାଞ୍ଚ କରିବାରୁ ଜରିବସ୍ତାରେ ଗଞ୍ଜେଇ ବାହାରିଥିଲା l ତେଣୁ ପୋଲିସ ଘଟଣାସ୍ଥଳରୁ ଅଭିଯୁକ୍ତ ଯୁବକକୁ ଗିରଫ ଓ ବାଇକକୁ ଜବତ କରାଯାଇଥିଲ ।ଅଭିଯୁକ୍ତ ଜଣକ ସୁବର୍ଣ୍ଣପୁର ଜିଲା ତରଭା ଥାନା ଅନ୍ତର୍ଗତ ଝାରତରଭା ଗ୍ରାମର ଅକ୍ଷୟ ନାଏକ(୨୬) ବୋଲି ପରିଚୟ ମିଳିଛି l ତାଙ୍କ ନିକଟରୁ ଗୋଟିଏ ଟିଭିଏସ ଏକ୍ସଏଲ ୧୦୦ ଏବଂ ଗୋଟିଏ ମୋବାଇଲ ଜବତ କରାଯାଇଛି l କଣ୍ଟାମାଳ ତହସିଲଦାର ଶ୍ୱେତପଦ୍ମା ଯୋଶୀଙ୍କ ଉପସ୍ଥିତିରେ ଓଜନ କରିବାରୁ ଜବତ ଗଞ୍ଜେଇର ପରିମାଣ ୧୧କେଜି ବୋଲି ଜଣା ପଡିଛି l ଏନେଇ ଘଣ୍ଟାପଡା ଥାନାରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ମାଧବ ଚନ୍ଦ୍ର ଟାକ୍ରି ସୂଚନା ଦେଇଛନ୍ତି l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




