

କଳାହାଣ୍ଡି ଜିଲ୍ଲା/ଥୁଆମୁଳ ରାମପୁର : ସରକାରଙ୍କ ପକ୍ଷରୁ ବ୍ଳକ ଓ ଗ୍ରାମପଞ୍ଚାୟତ ଙ୍କ ନିର୍ଦ୍ଦେଶରେ ସର୍ବସାଧାରଣଙ୍କ ଉଦ୍ଦିଷ୍ଟ ନିମନ୍ତେ ବିଭିନ୍ନ ସ୍ଥାନରେ ସାପ୍ତାହିକ ବଜାର ବସେଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମାଣ କରାଯାଉଛି ବଜାର ଓ ସେର୍ଡର ବ୍ଯବସ୍ଥା ଏହା ଦ୍ବାରା ଦୋକାନୀ ମାନେ ଦୋକାନ ଖୋଲି ବସିବା ପାଇଁ ସୁବିଧା ହୋଇଥାଏ। ଉକ୍ତ ସ୍ଥାନ ନିଶ୍ଚିତ ଭାବରେ ନିରାପଦ ଦୋକାନୀ ତାଙ୍କ ଦୋକାନ ଖୋଲି ଗ୍ରାହକଙ୍କୁ ଜିନିଷପତ୍ର କିଣାବିକାରେ ସହାୟତା ପାଇଁ ସୁବ୍ଯବସ୍ଥା ହୋଇଥାଏ। ଏଭଳି ଗ୍ରାହକ ଓ ଦୋକାନୀଙ୍କ ଆଦାନ ପ୍ରଦାନ କରିବା ଭଳି ସୁବିଧା ସୁଯୋଗ ଥିବା ସ୍ଥାନରେ ବଜାର ବସିବା ବଦଳରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ସ୍ଥାନ ମାନଙ୍କରେ ବଜାର ବସିବା କେତେ ଦୂର ନିରାପଦ ତାହା ଏବେ ଦେଖିବାକୁ ମିଳିଛି। ଏଭଳି ଘଟଣା ଦେଖିବିକୁ ମିଳିଛି, କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକର ମୁଖ୍ଯାଳୟ ଠାରେ। ଯେଉଁ ସ୍ଥାନକୁ ବ୍ଳକ ପ୍ରଶାସନ ଓ ରାଜସ୍ୱ ବିଭାଗ ଦ୍ବାରା ସାପ୍ତାହିକ ବଜାର ପାଇଁ ଜାଗା ଚିହ୍ନଟ ହେଲା ସେହିଠାରେ ହିଁ ଯାହାକି ସ୍ଥାନୀୟ ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ପଡିଆରେ ସୁନ୍ଦର ବଜାର ପଡିଆ ଟିଏ ନିର୍ମାଣ କରାଯାଇଛି, ହେଲେ ସେଠାରେ ସାପ୍ତାହିକ ବୁଧବାର ବଜାର ବସିବା ବଦଳରେ ଥୁଆମୁଳ ରାମପୁର ସ୍ଥିତ ଦେଶୀ ମଦଭାଟି ପାଖରେ ଥିବା ଘାଟି ତଳେ ଥିବା ଏକ ବେସରକାରୀ ଜାଗାରେ ଏହି ସାପ୍ତାହିକ ବଜାର ଏକ ବର୍ଷରୁ ଅଧିକ ସମୟ ଧରି ବସିଆସୁଛି, ଏହାଦ୍ବାର ଏହି ବଜାରରୁ ଗ୍ରାମପଞ୍ଚାୟତ କିଛି ଅର୍ଥ ପାଉନଥିବା ବେଳେ ଗ୍ରାମପଞ୍ଚାୟତ ତାର ରାଜସ୍ୱ ହରାଇ ବସିଛି। ଏଠାରୁ ପ୍ରମାଣ ମିଳିଛି ଯେ କିଛି ରାଜନେତା ଓ କିଛି ଦୋକାନୀ ମିଳିତ ଭାବରେ ବ୍ଳକ ପ୍ରଶାସନଙ୍କ ଆଇନକୁ ଫୁ କରିଥିବା ଜଣାପଡ଼ିଛି। ତେବେ ବ୍ଳକ ପ୍ରଶାସନ ଓ ଗ୍ରାମପଞ୍ଚାୟତ ସରପଞ୍ଚ ଓ କର୍ମଚାରୀ ହାତ ବନ୍ଧି ବସିଥିବା ଘଟଣାକୁ ନେଇ ସନ୍ଦେହ ସୃଷ୍ଟି କରୁଅଛି। ତେବେ ଯଥାଶିଘ୍ର ଏଦିଗରେ ବ୍ଳକ ଓ ଗ୍ରାମ ପଞ୍ଚାୟତ ତରଫରୁ ହସ୍ତକ୍ଷେପ କରି ନୂତନରେ ନିର୍ମାଣ କରାଯାଇଥିବା ସାପ୍ତାହିକ ବଜାର ପଡିଆରେ ହିଁ ଏହି ବୁଧବାର ବଜାରକୁ ସ୍ଥାନାନ୍ତର କରାଯାଉ ବୋଲି ବିଭିନ୍ନ ମହଲରେ ଦାବି ହେଉଛି। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ




