ଘଣ୍ଟାପଡ଼ା ପ୍ୟାକ୍ସରେ ଧାନମଣ୍ଡି ଉଦଘାଟିତ


କଣ୍ଟାମାଳ: -୨/୬/୨୫ ସମର୍ଥ ନିୟୁଜ’ (ପ୍ରଭାତ କୁମାର ସାହୁ)ଚଳିତବର୍ଷର ରବି ଋତୁର ଧାନ କ୍ରୟ ପାଇଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପ୍ୟାକ୍ସରେ ଧାନମଣ୍ଡିର ଶୁଭଉଦଘାଟନ ହୋଇଯାଇଛି।ପ୍ୟାକ୍ସର ସଂପାଦକ କର୍ଣ୍ଣ ରଣାଙ୍କ ତତ୍ତ୍ଵାବଧାନରେ ପ୍ୟାକ୍ସର ସଭାପତି ମାନୁ ରଣା ମୁଖ୍ୟ ଅତିଥିଭାବେ ଯୋଗଦେଇ ପୂଜାର୍ଚ୍ଚନା ପରେ ଶ୍ରୀଫଳ ବାଡ଼େଇ ଉଦଘାଟନ କରି ୪ଜଣ ଚାଷୀଙ୍କଠାରୁ ୨୫୭ କ୍ଵିଣ୍ଟାଲ ୭୪ କି.ଗ୍ରା ଧାନ କ୍ରୟ କରାଯାଇଥିଲା। ଉକ୍ତ ଉଦଘାଟିତ ମଣ୍ଡିରେ ମୁଖ୍ୟ ଅତିଥି ଶ୍ରୀରଣାଙ୍କ ସହ ପ୍ୟାକ୍ସର ନିର୍ଦ୍ଦେଶକଗଣ,ଚାଷୀକମିଟୀର ସଦସ୍ୟ ଓ ଚାଷୀମାନେ ଉପସ୍ଥିତ ଥିଲେ| ପଣ୍ଡିତ ଚିତ୍ତରଞ୍ଜନ ପାଣିଗ୍ରାହୀ ପୂଜାର୍ଚ୍ଚନା କରିଥିବା ସ୍ଥଳେ ସହ ସଂପାଦକ ଅଗସ୍ତି ମଲିକ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ଏବଂ କର୍ମଚାରୀ ରାଜା ଦେହୁରୀ, ଯୋଗୀରାମ ରଣା, ଶଙ୍କର ସାହୁ ଓ କାର୍ତ୍ତିକ ରଣା ସହଯୋଗ କରିଥିଲେ।ମିଲର୍ସ ନବକିରନ ଏଣ୍ଟରପ୍ରାଇଜେସ ସମସ୍ତ ଧାନ ଉଠାଇଥିଲେ ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ’




