Breaking News

୨୬ ନମ୍ବର ଜାତୀୟ ରାଜପଥର ବନମାଳିପୁର ଛକ ନିକଟରେ ରବିବାର ସକାଳୁ ବାଇକ ସହ ଜଣେ ପୋଲିସ ଏଏସଆଇଙ୍କ ଜଳନ୍ମା ମୃତଦେହ ପଡିଥ‌ିବା ଦେଖୁବାକୁ ମିଳିଛି।

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଜୁନାଗଡ଼-ଭବାନୀପାଟଣା ଯାଉଥିବା ୨୬ ନମ୍ବର ଜାତୀୟ ରାଜପଥର ବନମାଳିପୁର ଛକ ନିକଟରେ ରବିବାର ସକାଳୁ ବାଇକ ସହ ଜଣେ ପୋଲିସ ଏଏସଆଇଙ୍କ ଜଳନ୍ମା ମୃତଦେହ ପଡିଥ‌ିବା ଦେଖୁବାକୁ ମିଳିଛି।
ମୃତ ପୋଲିସ ଏଏସଆଇଙ୍କ ନାମ ପବିତ୍ର ଗୋଲାପୀ(୪୩) ହୋଇଥିବାବେଳେ ତାଙ୍କ ଘର କୋରାପୁଟ ଜିଲା ବୋରିଗୁମା ଥାନା ସାନଦୁବଲି ଗ୍ରାମ ବୋଲି ଜଣାପଡିଛି। ମୃତ ପୋଲିସ ଏଏସଆଇ କଳାହାଣ୍ଡି ଜିଲାର କେଗାଁ ଥାନାରେ କାର୍ଯ୍ୟରତ ଥିବାବେଳେ ଗତ ମାସ ଶେଷରେ ତାଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଥିଲା। ଯାହାଫଳରେ ସେ ଭବାନୀପାଟଣାସ୍ଥିତ ପୋଲିସ ରିଜର୍ଭ ଠାରେ କାର୍ଯ୍ୟ କରୁଥିଲେ। ଶନିବାର ବିଳମ୍ବିତ ରାତିରେ ଭବାନୀପାଟଣାରୁ କୋରାପୁଟକୁ ବାଇକରେ ଯାଉଥିବାବେଳେ ବାଟରେ ବନମାଲିପୁର ଛକ ନିକଟରେ ଏକ ଅଟକି ଥ‌ିବା ଟ୍ରକରେ ପିଟିହୋଇ ତାଙ୍କର ମୃତ୍ୟୁ ହୋଇଥ‌ିବା ପୋଲିସ ଠାରୁ ସୂଚନା ମିଳିଛି। ଦୁର୍ଘଟଣା ଟି ପରେ ବାଇକ ରେ ନିଆଁ ଲାଗିଯିବା ସହ ପୋଲିସ ଏ ଏସ ଆଇ ଙ୍କ ଦେହରେ ମଧ୍ଯ ନିଆଁ ଲାଗି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ସେ ଜଳି ଯାଇ ପୋଡି ହୋଇ ଯାଇଥିଲେ। ସୂଚନା ପାଇଁ ରବିବାର ସକାଳରେ ସ୍ଥାନୀୟ ପୋଲିସ ଘଟଣା ଷ୍ଟଲ୍ କୁ ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ଆସି ତଦନ୍ତ କରିଥିଲା। ତେବେ ଦୁର୍ଘଟଣା ରାତିରେ ଉକ୍ତ ରାସ୍ତା ଦେଇ କୋରାପୁଟ ଜିଲ୍ଲାର ଜଣେ ପୋଲିସ ଅଧିକାରଣୀ ଓ ସ୍ଥାନୀୟ ଲୋକେ ଏହି ଦୃଶ୍ୟ ଦେଖୁଥ‌ିବା ପୋଲିସ ଠାରୁ ସୂଚନା ମିଳିଛି। ଅନ୍ୟପକ୍ଷରେ,ଦୁର୍ଘଟଣା ଘଟାଇ ଥ‌ିବା ଟ୍ରକକୁ ଧରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖୁଥ‌ିବା ଜୁନାଗଡ଼ ଆଇ ଆଇ ସି ଶେଷଦେ ବେହେରା ସୂଚନା ଦେଇଛନ୍ତି। ସେହିପରି ପରିବାର ଲୋକ ଆସିବା ପରେ ପୋଲିସ ଅଧୂକାରୀଙ୍କ ମୃତ ଦେହ ଉଦ୍ଧାର କରାଯିବା ନେଇଁ ସୂଚନା ମିଳିଛି।ଭବାନୀପାଟଣ ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button