ଗ୍ରାମ ଦେବୀ ମା ଚେଙ୍ଗ ବାଇ ଙ୍କ ନୂତନ ମନ୍ଦିର ର ପ୍ରତିଷ୍ଠା ଉତ୍ସବ


ବଡ଼ଚଣା ବ୍ଲକ ସୋଲର ପଂଚାୟତ ଅଧୀନ କୁମ୍ଭ୍ଢେଇ ମୌଜା ସ୍ଥିତ ଗ୍ରାମ ଦେବତୀ ମା ଚେଙ୍ଗ ବାଇକ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଅଛି, ବ୍ରାହ୍ମ ମୁହୂର୍ତ୍ତ ରୁ ବେଦ ମାଙ୍ଗାଳିକ ନହବତ ଗୀତା ସୂର୍ଯ୍ୟ ପୂଜା ଗୋପୁଜା ହୋମ ଯଂଜ୍ଞ ଚଣ୍ଡୀ ପାଠ ଓ ଦିବସ ବ୍ୟାପି ନାମ ସଂକୀର୍ତନ ଅନୁଷ୍ଠିତ ହୋଇଥିଲା, ଛତିଆ ସମାଜ ସେବୀ ସଂଗଠନ ର ପ୍ରତେକ୍ଷ ତତ୍ୱା ବଧାନ ରେ ଆୟୋଜିତପ୍ରତିଷ୍ଠା ଉତ୍ସବ ରେ କୁମଭେଇ ମଠ ଅଧିକାରୀ ବଲ୍ଲଭ କୁମାର ଦାସ ଓ ତାଙ୍କ ପତ୍ନୀ ରଶ୍ମିତା କର୍ତା କର୍ତ୍ତୀ ଭାବେ ଯଂଜ୍ଞ ମଣ୍ଡପ ରେ ବସି ଆହୁତି ପ୍ରଦାନ କରିଥିଲେ, ପୂଜକ ସୃତି ରଞ୍ଜନ ତ୍ରିପାଠୀ ତାପସ ପାଢ଼ୀ ଓ ମାନସ ପାଢ଼ୀ ବେଦ ପାଠ କରିଥିଲେ, ସେବକ ଜରାଶ୍ରମ ର ଅଧକ୍ଷ ସୁରେଶ ବିଶ୍ୱାଳ ବଡ଼ଚଣା ବ୍ଲକ ଅଧକ୍ଷା ମିନତୀ ସେନାପତି,ଇଷ୍ଟର୍ନ ଫୁଡ୍ସ ରାଇସ ମିଲ ମ୍ୟାନେଜର ବିଦ୍ୟାଧର ମହାନ୍ତି ନିରଞ୍ଜନ ସେନାପତି ସୋଲର ପଂଚାୟତ ର ପ୍ରାକ୍ତନ ସରପଞ୍ଚ ନୀଳମଣି ରାଉତ ନେଳିଆ ଗ୍ରା ପ ସରପଞ୍ଚ ଜୟନ୍ତୀ ସ୍ୱାଇଁ ସୋଲର ସରପଞ୍ଚ ବିଜୟ ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗ୍ରାମ ବାସୀଙ୍କୁ ଉତ୍ସାହିତ କରାଇଥିଲେ, ଅନୁଷ୍ଠାନ ର ମୁଖ୍ୟ ପରିଚାଳକ ସନ୍ତୋଷ ପ୍ରଧାନ ସମାଜ ସେବୀ ସଂଗଠନ ର ଉପ ସ ଭାପତି ନୃସିଂହ ଚରଣ ରାଉତ ସଭାପତି ସୋମ୍ୟ ରଞ୍ଜନ ବେହେରା କୋଷାଧକ୍ଷ ରଞ୍ଜନ ସିଂହ ଉପଦେଷ୍ଟା ଭରତ କୁମାର ବେହେରା ଦୟାନିଧି ବିଶ୍ୱାଳ ପ୍ରବଚନ ମହାରଣା କନକଲତା ବେହେରା ଅନପୂର୍ନା ବେହେରା ଅନୁରୀତା ପରିଜା ପ୍ରମୁଖ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିବା ବେଳେ କୁମଭେଇ ଓ ବିଦ୍ୟାଧର ପୁର ଗ୍ରାମ ବାସି ଏଥିରେ ସହଯୋଗ କରିଥିଲେ, ସମସ୍ତଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା,




