Breaking News

ପୁସ୍ତକ ଲୋକାର୍ପଣ ଉତ୍ସବ

ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିଖୋଲର ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ସାହିତ୍ୟିକ ଶ୍ୟାମସୁନ୍ଦର ପାତ୍ରଙ୍କ ପ୍ରଥମ ଉପାଦେୟ ପୁସ୍ତକ “ଓଡ଼ିଶାର ଭବିଷ୍ୟତ ଦାୟାଦ ମାନଙ୍କ ପାଇଁ ପଦେ” ଶୁଭ ଉନ୍ମୋଚିତ ହୋଇଯାଇଛି | ସର୍ବ ପ୍ରଥମେ ମା’ଙ୍କର ଆଶିଷ ଭିକ୍ଷା ନିମିନ୍ତ ପୁସ୍ତକଟିକୁ ମା’ ଙ୍କର ପାଦ ପଦ୍ମରେ ଅର୍ପଣ କରାଯାଇ ମା’ଙ୍କର ଆଶିଷ ଭିକ୍ଷା କରାଯାଇଥିଲା | ପରେ ପୁସ୍ତକ ଗୁଡିକୁ ଯାଜପୁର ଅଂଚଳର ସାହିତ୍ୟିକ ମାନଙ୍କର କରକମଳରେ ଉନ୍ମୋଚିତ ହୋଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ପୁସ୍ତକର ସ୍ରଷ୍ଟା ଶ୍ରୀ ପାତ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ପୁସ୍ତକଟିର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ| ଏହି କାର୍ଯ୍ୟକ୍ରମରେ ଯୁବ କବି ତଥା ଅଇନିଜୀବି ଜିତେନ୍ଦ୍ର କୁମାର ବେହେରା , ମାତା ପତ୍ରିକାର ପ୍ରତିଷ୍ଠାତା ଓ ସମ୍ପାଦକ ଡ଼. ଆଶୁତୋଷ ଦେବୀପ୍ରସାଦ ରାଉତ , ଯୁବକବି ଗଣେଶ୍ୱର ବେହେରା , କବୟିତ୍ରୀ କାମିନୀ ନାୟକ, ସୁସାହିତ୍ୟିକ ଅନନ୍ତ ପ୍ରସାଦ ମାହାଲା, ଶିକ୍ଷକ ପ୍ରଶାନ୍ତ କୁମାର ବେହରା ତଥା ବହୁ ସାହିତ୍ୟିକ କବି, ଲେଖକ ଓ ସାମ୍ବାଦିକ ଉକ୍ତ କାର୍ଯ୍ୟ କ୍ରମରେ ଅଂଶ ଗ୍ରହଣ କରିଥିଲେ |

Related Articles

Back to top button