Breaking News

ବୈରୀ ବନ ବିଭାଗ ଚୋରା ମଙ୍କେଡା ପଥର ବୋଝାଇ ଟ୍ରକ ଜବତ।

କଟକ ବନଖଣ୍ଡ ଅନ୍ତର୍ଗତ ବୈରୀ ଠାରେ ଥିବା ଡାଳିଯୋଡା ବନାଅଞ୍ଚଳର ପକ୍ଷରୁ ଚୋରା ମାଙ୍କଡ଼ା ପଥର ବୋଝାଇ ଟ୍ରକ ଜବତ କରାଯାଇଛି। ଘଟଣାରୁ ପ୍ରକାଶ ଯେ ବୈରୀ ଫରେଷ୍ଟର ସସ୍ମିତା ସ୍ବାଇଁ ଭୋର ସମୟରେ ପେଟ୍ରୋଲିଂ କରୁଥିବା ବେଳେ ଏକ ଟ୍ରକ OR09 F- 7133ମାଙ୍କଡ଼ା ପଥର ବୋଝାଇ କରି ହାଇଲେବୁଲ କେନଲ ରାସ୍ତାର ବୈରୀ ଠାରୁ ବଡଚଣା ଆଡେ ଯାଉଥିବା ବେଳେ ଉପୁଳା ପାଖରେ ଫରେଷ୍ଟର ଅଟକାଇ ମାଙ୍କଡ଼ା ପଥରର କାଗଜପତ୍ର ମାଗିଥିଲେ ।ମାତ୍ର ଗାଡିରେ କୈଣସି କାଗଜପତ୍ର ନଥିବା ରୁ ଗାଡିଟିକୁ ଜବତ କରିବା ସହିତ ବୈରୀ ବନ ବିଭାଗ କାର୍ଯ୍ୟାଳୟରେ ରଖାଯାଇଛି ।ଏବଂ ସଂଧ୍ୟାରେ ଭାଲୁଖାଇରେ ଏକ ମାଙ୍କଡ଼ ବୋଝାଇ ଟ୍ରାକ୍ଟର କୁ ଜବତ କରାଯାଇଛି ଓ ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

Related Articles

Back to top button