Breaking News

ରାଜ୍ୟ ସରକାରଙ୍କ” ବିକଶିତ କୃଷି ସଂକଳ୍ପ ଅଭିଯାନ “ର ସଚେତନ ସଭା !!

ତିର୍ତ୍ତୋଲ ::-ଆମ ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ !କୃଷି ଉପରେ ହାରାହାରି ୮୦ ଭାଗ ବ୍ୟକ୍ତି ନିର୍ଭର କରି ଜୀବିକା ନିର୍ବାହ କରନ୍ତି ! ମାତ୍ର ଉନ୍ନତ ମାନର କୃଷି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରୋତ୍ସାହନ ଦିଆଯିବାକୁ କୃଷି ଅଧିକାରୀଙ୍କୁ ପ୍ରତି ବ୍ଲକରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି !ସେହିପରି ଏକ କାର୍ଯ୍ୟକ୍ରମ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ଗ୍ରାମ ପଞ୍ଚାୟତ ରେ ସମାଜସେବୀ ତଥା ପରିବେଶବିତ୍ ଅଶୋକ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସି ପ୍ରା ର ପ୍ରଧାନ ବୈଜ୍ଞାନିକ ଜ୍ୟୋତିର୍ମୟ ମହାନ୍ତି, ଜାତୀୟ ଫାଟୁଆ ସଂସ୍ଥାର ବୈଜ୍ଞାନିକ ଡଃ ସ୍ମୁତିରେଖା ମଲ୍ଲିକ, ନିମକଣl କୃଷି ବିଜ୍ଞାନ କେନ୍ଦ୍ର ର ରୋଗ କିଟ ବିଶେଷଜ୍ଞ ଦେବାଶିଷ ପଣ୍ଡା , ମଣ୍ଡଳ ବୈଷୟିକ ଅଧିକାରୀ ଜ୍ୟୋତିର୍ମୟ ପାଳ , କନକପୁର ପଞ୍ଚାୟତର ସରପଞ୍ଚ ରେବତୀ ମହାନ୍ତି, ଜନ କଲ୍ୟାଣ ସେବା ସମବାୟ ସମିତି ର ସଭାପତି ଅଜୟ କୁମାର ରାଉଳ , କାର୍ଯ୍ୟନିର୍ବାହୀ ଅଧିକାରୀ ତନୁଶ୍ରୀ ଶତପଥୀ, ଅନସୁୟା ପାତ୍ର ଓ ସି ଆର ସି ପ୍ରମିଳା ରାଉତ ପ୍ରମୁଖ ଯୋଗଦେଇ, ବିକଶିତ କୃଷି ସଂକଳ୍ପ ଅଭିଯାନ ସମ୍ପର୍କରେ ସମୃଦ୍ଧ କୃଷକ ଯୋଜନା, ସି.ଏମ୍ କିଷlନ ଯୋଜନା , କୃଷି ବିଦ୍ୟା ନିଧି ଯୋଜନା,ଶ୍ରୀଅନ୍ନ ଅଭିଯାନ , ଧାନ ଫସଲ ଉପରେ ବ୍ୟାପକ ପ୍ରକଳ୍ପ , ମୂଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା , କୃଷି ଯାନ୍ତ୍ରୀକ୍ କରଣ , ଶୀତଳ ଭଣ୍ଡାର ପ୍ରତିଷ୍ଠା, ଆଳୁଚାଷ କୁ ପ୍ରୋତ୍ସାହନ, କୃଷି ଉତ୍ପାଦନ କୁଷ୍ଟର , ଓ ଜଳଧାର ସହିତ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ଯୋଜନା ବିଷୟରେ ସବିଶେଷ ଓ ତଥ୍ଯ ଭିତ୍ତିକ ବକ୍ତବ୍ୟ ପ୍ରଦାନ କରି ଉପସ୍ଥିତ କୃଷକ ମାନଙ୍କୁ ସଚେତନ କରାଇଥିଲେ। କୃଷକ ବ୍ରଜକିଶୋର ମଲ୍ଲିକ , ନୃସିଂହ ଚରଣ ଲେଙ୍କା, ମନୋଜ କୁମାର ଦାସ , ଅଶୋକ କୁମାର ସାହୁ ଓ ବୀରକିଶୋର ବ୍ରହ୍ମ ଙ୍କ ସମେତ ଶତାଧିକ କୃଷକ ଓ ବିଭିନ୍ନ ସ୍ଵୟଂ ସହାୟିକା ଗୋଷ୍ଠୀ ର ମହିଳା ମାନେ ଏହି ସମସ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା ।ଏହି ସଚେତନତା ସଭାରେ ଜନ କଲ୍ୟାଣ ସେବା ସମବାୟ ସମିତି ର ସମ୍ପାଦକ ପ୍ରକାଶ ଚନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାର ବିରାମ ଘୋଷଣା କରିଥିଲେ !!

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!

Related Articles

Back to top button